ଏସବିଆଇ ପକ୍ଷରୁ ବେଗୁନିଆ ବ୍ଲକ୍ ବଡ଼ ବେରଣା ଗ୍ରାମ ପଂଚାୟତରେ ଆର୍ôଥକ ଅନ୍ତର୍ଭୁକ୍ତିକରଣ ଶିବିର ଆୟୋଜିତ
ଖୋର୍ଦ୍ଧା, ୨୩ ନଭେମ୍ବର (ହି.ସ.) - ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ବେଗୁନିଆ ଶାଖା ଅଧୀନରେ ବଡ଼ ବେରଣା ଗ୍ରାମ ପଂଚାୟତଠାରେ ଏକ ‘ଆର୍ôଥକ ଅନ୍ତର୍ଭୁକ୍ତିକରଣ ଶିବିର’ ଆୟୋଜିତ ହୋଇଥିଲା।ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ ଆର୍ôଥକ ସେବା ବିଭାଗ ପକ୍ଷରୁ ଅକ୍ଟୋବର ୨୧ରୁ ଡିସେମ୍ବର ୩୧ ପର୍ଯ୍
Sbi


ଖୋର୍ଦ୍ଧା, ୨୩ ନଭେମ୍ବର (ହି.ସ.) - ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ବେଗୁନିଆ ଶାଖା ଅଧୀନରେ ବଡ଼ ବେରଣା ଗ୍ରାମ ପଂଚାୟତଠାରେ ଏକ ‘ଆର୍ôଥକ ଅନ୍ତର୍ଭୁକ୍ତିକରଣ ଶିବିର’ ଆୟୋଜିତ ହୋଇଥିଲା।ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ ଆର୍ôଥକ ସେବା ବିଭାଗ ପକ୍ଷରୁ ଅକ୍ଟୋବର ୨୧ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଆରମ୍ଭ କରାଯାଇଥିବା ‘ଆର୍ôଥକ ଅନ୍ତର୍ଭୁକ୍ତିକରଣ ଅଭିଯାନ’ର ଅଂଶସ୍ୱରୂପ ଏହି ଶିବିର ଆୟୋଜନ କରାଯାଇଥିଲା। ଏଥିରେ ୩୦୦ ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ ଆର୍ôଥକ ସେବା ବିଭାଗ ର ଅତିରିକ୍ତ ସଚିବ ଡ଼। ଦେବାଶିଷ ପୃଷ୍ଟି, ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱରର ଆଂଚଳିକ ନିର୍ଦ୍ଦେଶକ ସିବି ମାଥ୍ୟୁସ୍, ଆରବିଆଇର ମହାପ୍ରବନ୍ଧକ ସୁଭ୍ରାଂଶୁ କୁ ରାଉତ, ଆବାହକ ପ୍ରଣବ କୁମାର ବିଶ୍ୱାସ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ର ଉପ ମହା ପ୍ରବନ୍ଧକ ଶୈଳେଶ ଚନ୍ଦ୍ର ଭଟ୍ଟ, ବଡ଼ ବେରଣା ଗ୍ରାମ ପଂଚାୟତର ସରପଂଚ ଅସିତ୍ ତ୍ରିପାଠୀ, ବେଗୁନିଆ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ଜେନା ଙ୍କ ସମେତ ଅନ୍ୟାନ୍ୟ ବ୍ୟାଙ୍କର ବରିଷ୍ଠ ଅଧିକାରୀ ଏବଂ ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମଟି ଖୋର୍ଦ୍ଧାର ଆଂଚଳିକ ପରିଚାଳକ ଭଗତ ବେହେରାଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମ ସମୟରେ ଅଂଶଗ୍ରହଣକାରୀମାନଙ୍କୁ ପୁନଃ-କେୱାଇସି , କେନ୍ଦ୍ରୀୟ କେୱାଇସି , ଆଧାର ସଂଯୋଗ, ନୋମିନି ସୁବିଧା ଏବଂ ସାଇବର ଠକେଇରୁ ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା। ବିଶେଷକରି ନିଷ୍କ୍ରିୟ ହୋଇପଡ଼ିଥିବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଖାତାଗୁଡ଼ିକୁ ପୁନର୍ବାର ସକ୍ରିୟ କରିବା ସହ ଜମାକାରୀ ଶିକ୍ଷା ଓ ସଚେତନତା ପାଣ୍ଠି ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଯାଇଥିଲା। ଏହା ସହିତ ଦାବି ହୋଇନଥିବା ଜମାରାଶି କିପରି ଖୋଜି ବାହାର କରି ଫେରସ୍ତ ପାଇପାରିବେ, ସେ ସମ୍ପର୍କରେ ମଧ୍ୟ ଆବଶ୍ୟକୀୟ ସୂଚନା ଦିଆଯାଇଥିଲା। ଏଥିସହ ବିଭିନ୍ନ ସରକାରୀ ସାମାଜିକ ସୁରକ୍ଷା ଯୋଜନାର ଉପକାରିତା ବିଷୟରେ ମଧ୍ୟ ଅଂଶଗ୍ରହଣକାରୀମାନଙ୍କୁ ଶିକ୍ଷା ଦିଆଯାଇଥିଲା। ସେଥିମଧ୍ୟରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା , ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ଅଟଳ ପେନ୍ସନ୍ ଯୋଜନା ଅନ୍ୟତମ। ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମାଂଚଳରେ ଆର୍ôଥକ ସାକ୍ଷରତା ବୃଦ୍ଧି କରିବା, ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ବ୍ୟାଙ୍କିଙ୍ଗ୍ ସେବା ପହଂଚାଇବା, ସାମାଜିକ ସୁରକ୍ଷାର ପରିସର ବୃଦ୍ଧି କରିବା ଏବଂ ଗ୍ରାମୀଣ ସମୁଦାୟ ମଧ୍ୟରେ ଆର୍ôଥକ ଅନ୍ତର୍ଭୁକ୍ତିକରଣକୁ ଅଧିକ ସୁଦୃଢ଼ କରିବା।

-----------------------

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande