ଭକ୍ତି ଓ ସେବାଭାବରେ ପାଳିତ ହେଲା ସତ୍ୟସାଇ ବାବାଙ୍କ ଜନ୍ମୋତ୍ସବ
ମାଲକାନଗିରି , ୨୩ ନଭେମ୍ବର (ହି.ସ.) -ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ସଦର ମହକୁମାସ୍ଥିତ ସତ୍ୟସାଇ ମନ୍ଦିର ପ୍ରାଙ୍ଗଣରେ ଶ୍ରଦ୍ଧା ଓ ଭକ୍ତିପୂର୍ଣ୍ଣ ପରିବେଶରେ ସତ୍ୟସାଇ ବାବାଙ୍କ ଜନ୍ମୋତ୍ସବ ପାଳିତ ହୋଇଯାଇଛି। କାଲିମେଳା ସତ୍ୟସାଇ ସେବା ସମିତି ଆନୁକୂଲ୍ୟରେ ଏହି ଉତ୍ସବ ଆୟୋଜିତ ହୋଇଥିଲା। ଏ
ଭକ୍ତି ଓ ସେବାଭାବରେ ପାଳିତ ହେଲା ସତ୍ୟସାଇ ବାବାଙ୍କ ଜନ୍ମୋତ୍ସବ କାଲିମେଳାରେ ନଗର ସଂକୀର୍ତ୍ତନ, ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ


ମାଲକାନଗିରି , ୨୩ ନଭେମ୍ବର (ହି.ସ.) -ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ସଦର ମହକୁମାସ୍ଥିତ ସତ୍ୟସାଇ ମନ୍ଦିର ପ୍ରାଙ୍ଗଣରେ ଶ୍ରଦ୍ଧା ଓ ଭକ୍ତିପୂର୍ଣ୍ଣ ପରିବେଶରେ ସତ୍ୟସାଇ ବାବାଙ୍କ ଜନ୍ମୋତ୍ସବ ପାଳିତ ହୋଇଯାଇଛି। କାଲିମେଳା ସତ୍ୟସାଇ ସେବା ସମିତି ଆନୁକୂଲ୍ୟରେ ଏହି ଉତ୍ସବ ଆୟୋଜିତ ହୋଇଥିଲା।

ଏହି ଅବସରରେ ଭୋର ୫ଟା ସମୟରେ ବାବାଙ୍କ ଉଦ୍ଦେଶ୍ୟରେ ସଂକୀର୍ତ୍ତନ ସହ ନଗର ପରିକ୍ରମା କରାଯାଇଥିଲା। ପରେ ମନ୍ଦିର ପ୍ରାଙ୍ଗଣରେ ପ୍ରଣବ ପତାକା ଉତ୍ତୋଳନ କରାଯାଇଥିଲା। ଧ୍ୱଜଦଣ୍ଡ ପୂଜା ପରେ ସାଇ ବାବାଙ୍କ ଉଦ୍ଦେଶ୍ୟରେ ଷୋଡ଼ଶ ଉପଚାର ପୂଜା ଅନୁଷ୍ଠିତ ହୋଇଥିଲା।ଏହି ଉତ୍ସବରେ କାଲିମେଳା ଅଞ୍ଚଳର ଶତାଧିକ ଭକ୍ତ ମନ୍ଦିରକୁ ଆସି ବାବାଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲାଭ କରିଥିଲେ।

ସେହିପରି ସେବା ଓ ମାନବିକତାର ବାର୍ତ୍ତାକୁ ଆଧାର କରି ଦିନ ୧୧ଟା ସମୟରେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ରୋଗୀମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଏଥିସହ ଉପସ୍ଥିତ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।ସତ୍ୟସାଇ ବାବାଙ୍କ ଜନ୍ମୋତ୍ସବ ଅବସରରେ ଭକ୍ତି ସହ ସେବା ଓ ମାନବ କଲ୍ୟାଣର ଭାବନା ପ୍ରତିଫଳିତ ହୋଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande