
ଭୁବନେଶ୍ୱର, ୨୩
ନଭେମ୍ବର (ହି.ସ.) କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ ସୋମବାର ଦିନ
ଶୂନ୍ୟକାଳରେ ପୁଣି କୋଟିଆ ପ୍ରସଙ୍ଗ ଉଠାଇଛନ୍ତି
।
ସେ କହିଛନ୍ତି ଯେ କୋଟିଆ
ପ୍ରସଙ୍ଗ ଏକ ଗୁରୁତ୍ୱପୂର୍ଣ ପ୍ରସଙ୍ଗ । ସେ ସୀମା ସୁରକ୍ଷା ପାଇଁ ସ୍ୱତନ୍ତ୍ର କମିଟି ଗଠନ ପାଇଁ ଦାବି କରିଛନ୍ତି । ସୀମାନ୍ତ ଅଂଚଳ ରେ ସୀମା
ସୁରକ୍ଷା ପାଇଁ କମିଟି କାର୍ଯ୍ୟ କରିବ । ସେ
କହିଛନ୍ତି ଯେ ଆନ୍ଧ୍ର କୋଟିଆ ଲୋକଙ୍କୁ ପ୍ରଲୋଭିତ କରୁଛି । ଓଡିଶା ସରକାର କୋଟିଆ ରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ
କରନ୍ତୁ ଯାହା ସେଠାକାର ଅଧିବାସୀ ଲୋକଙ୍କ ଜୀବନ ଜୀବିକା ର ଉନ୍ନତି ଦିଗ ରେ କାର୍ଯ୍ୟ କରିବ
ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା