ଅଢେଇ ବର୍ଷରେ ଭିଜିଲାନ୍ସ ଜାଲରେ ଫସିଲେଣି ୭୦୬ ସରକାରୀ ଅଧିକାରୀ ଏବଂ କର୍ମଚାରୀ
ଭୁବନେଶ୍ୱର, 23 ନଭେମ୍ବର (ହି.ସ) ଅଢେଇ ବର୍ଷରେ ଭିଜିଲାନ୍ସ ଦ୍ବାରା ୧୪୧ଟି ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲା, ୨୩୭ଟି ଫନ୍ଦି ମାମଲା ଓ ୧୪୭ଟି ଅର୍ଥ ତୋଷାରପାତ ମାମଲାରେ ମୋଟ ୭୦୬ ଜଣଙ୍କ ବିରୁଦ୍ଧରେ ରୁଜୁ କରାଯାଇଛି । ତନ୍ମଧ୍ୟରେ, ୧୩୫ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ
ପ୍ରଶ୍ନ


ଭୁବନେଶ୍ୱର, 23 ନଭେମ୍ବର

(ହି.ସ) ଅଢେଇ ବର୍ଷରେ ଭିଜିଲାନ୍ସ ଦ୍ବାରା ୧୪୧ଟି ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲା, ୨୩୭ଟି

ଫନ୍ଦି ମାମଲା ଓ ୧୪୭ଟି ଅର୍ଥ ତୋଷାରପାତ ମାମଲାରେ ମୋଟ ୭୦୬ ଜଣଙ୍କ ବିରୁଦ୍ଧରେ ରୁଜୁ କରାଯାଇଛି

। ତନ୍ମଧ୍ୟରେ, ୧୩୫ ଜଣ ପ୍ରଥମ ଶ୍ରେଣୀ ଅଧିକାରୀ, ୧୧୪ ଦ୍ଵିତୀୟ ଶ୍ରେଣୀ

ଅଧିକାରୀ, ୩୮୪ ଜଣ

ତୃତୀୟ ଶ୍ରେଣୀ କର୍ମଚାରୀ, ୧୪ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏବଂ ୫୯ ଜଣ ଅନ୍ୟ ଲୋକସେବକ

ସମ୍ପୃକ୍ତ ଅଛନ୍ତି । ସମୁଦାୟ ୫୨୫ ଗୋଟି ମାମଲାରେ ୫୫୦ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ

ଭିତରୁ ୨୪୬ ଜଣ ସରକାରୀ ଅଧିକାରୀ/କର୍ମଚାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏନେଇ ଗୃହରେ

ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande