
ଭୁବନେଶ୍ୱର, 23 ନଭେମ୍ବର (ହି.ସ.)- ଚିଟ୍ଫଣ୍ଡ
ଜମାକାରୀଙ୍କୁ ୯୩ କୋଟିରୁ ଅଧିକ ଟଙ୍କା ଫେରସ୍ତ କରାଯାଇଛି । ୨ ଲକ୍ଷ ୩୯ ହଜାର ଜମାକାରୀଙ୍କୁ
ମିଳିଛି ଟଙ୍କା । ଚିଟ୍ ଫଣ୍ଡ ଟଙ୍କା ଫେରସ୍ତରେ ଗଞ୍ଜାମ ଆଗରେ ରହିଛି । ଗଞ୍ଜାମର ୧ ଲକ୍ଷ ୧୪
ହଜାର ୪୦୧ ଜମାକାରୀଙ୍କୁ ୪୧ କୋଟି ୮୪ ଲକ୍ଷ ଦିଆଯାଇଛି । ଗୋଲଡେନ୍ ଲ୍ୟାଣ୍ଡ, ହାଇଟେକ୍
ଓ ରୋଜ୍ ଭ୍ୟାଲି ଜମାକାରୀଙ୍କୁ ଫେରସ୍ତ ହୋଇଛି ଟଙ୍କା । ଗୋଲଡେନ୍ ଲ୍ୟାଣ୍ଡ କମ୍ପାନୀରେ ୭୮
କୋଟିରୁ ଅଧିକ ଟଙ୍କା ଫେରସ୍ତ ହୋଇଛି। ଏହି କମ୍ପାନୀରେ ସର୍ବାଧିକ ୨ ଲକ୍ଷ ୧୬ ହଜାର ୨୯୮ ଜଣ
ଜମାକାରୀ ଟଙ୍କା ପାଇଛନ୍ତି । ବିଧାନସଭାରେ ଚିଟ୍ ଫଣ୍ଡ ଟଙ୍କା ଫେରସ୍ତର ତଥ୍ୟ ରଖିଛନ୍ତି ସରକାର
।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା