
ଭୁବନେଶ୍ୱର, 23 ନଭେମ୍ବର (ହି.ସ.)-ଲୋକସଭା
ବାଚସ୍ପତି ଓମ୍ ବିର୍ଲାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଦୁଇ ଉପମୁଖ୍ୟମନ୍ତ୍ରୀ କନକ
ବର୍ଦ୍ଧନ ସିଂହଦେଓ ଓ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ
କହିଛନ୍ତି ଯେ, ମାନନୀୟ ଲୋକସଭା ବାଚସ୍ପତି ଶ୍ରୀଯୁକ୍ତ ଓମ୍ ପ୍ରକାଶ ବିର୍ଲା ଙ୍କ ଜନ୍ମଦିନ
ଅବସରରେ ମୋ ତରଫରୁ ତାଙ୍କୁ ଅନ୍ତରର ସହିତ ଅନେକ ଅନେକ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ
ଜଣାଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆପଣଙ୍କର ସୁସ୍ଥ, ଦୀର୍ଘ ଓ
ନିରାମୟ ଜୀବନ କାମନା କରୁଛି। ଦେଶ ଓ ଜନସାଧାରଣଙ୍କ ସେବାରେ ଆପଣ ଆଗାମୀ ଦିନରେ ମଧ୍ୟ ଏପରି
ସଫଳତା ଓ ଗୌରବ ଅର୍ଜନ କରନ୍ତୁ, ଏହାହିଁ ମୋର ଆନ୍ତରିକ ପ୍ରାର୍ଥନା।
ଉପମୁଖ୍ୟମନ୍ତ୍ରୀ ପ୍ରଭାତି
ପରିଡା କହିଛନ୍ତି ଯେ, ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ
ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପା ଓ ଆଶୀର୍ବାଦ ସର୍ବଦା ଆପଣଙ୍କ
ଉପରେ ରହିଥାଉ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା