
ଭୁବନେଶ୍ୱର, 23 ନଭେମ୍ବର (ହି.ସ.)- ସାର୍ ଜଗଦୀଶ
ଚନ୍ଦ୍ର ବୋଷଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ
କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ବିଶିଷ୍ଟ
ବୈଜ୍ଞାନିକ ସାର୍ ଜଗଦୀଶ ଚନ୍ଦ୍ର ବୋଷଙ୍କ ପୁଣ୍ୟତିଥିରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି।
ବିଜ୍ଞାନ କ୍ଷେତ୍ରରେ ନିଜର ଅଗ୍ରଣୀ ଗବେଷଣା ମାଧ୍ୟମରେ ମାନବ ଜ୍ଞାନର ପରିସୀମାକୁ ବିସ୍ତାର
କରିଥିବା ଏହି ଦୂରଦର୍ଶୀ ବୈଜ୍ଞାନିକଙ୍କ ଅବଦାନ ଅତୁଳନୀୟ। ତାଙ୍କର ବୈଜ୍ଞାନିକ ପ୍ରତିଭା, ଜିଜ୍ଞାସା
ଓ ଅମୂଲ୍ୟ ଅବଦାନ ପିଢ଼ି ପରେ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ତାଙ୍କର ଅସାଧାରଣ କୃତି
ଓ ଗୌରବମୟ ଉତ୍ତରାଧିକାର ଆଜି ମଧ୍ୟ ଭାରତର ବୈଜ୍ଞାନିକ ଐତିହ୍ୟକୁ ସମୃଦ୍ଧ କରିବା ସହ ଭବିଷ୍ୟତର
ନବପ୍ରବର୍ତ୍ତକମାନଙ୍କୁ ପ୍ରେରଣା ଯୋଗାଇ ଆସୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା