ଜଙ୍ଗଲରେ ମହାବଳ ବାଘ! ପାଦଚିହ୍ନ ଦେଖି ଆତଙ୍କିତ ଗ୍ରାମବାସୀ, ସତର୍କ କଲା ବନ ବିଭାଗ
ଜୟପୁର, 23 ନଭେମ୍ବର (ହି.ସ.) - କୋରାପୁଟ ଜିଲା ଲକ୍ଷ୍ମୀପୁରର ଆଖପାଖ ଜଙ୍ଗଲରେ ବୁଲୁଛି ମହାବଳ ବାଘ . ଜଙ୍ଗଲ ଭିତରେ ବାଘର ପାଦଚିହ୍ନ । ଏହି ପାଦଚିହ୍ନକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀ। ଏ ଦୃଶ୍ୟ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଭିତରଗଡ଼ ପଞ୍ଚାୟତର ଯାନୀଗୁଡ଼ା ଗ୍ରାମ ନିକଟବର୍ତ୍ତୀ ଅଞ୍ଚଳ
ଜଙ୍ଗଲରେ ମହାବଳ ବାଘ! ପାଦଚିହ୍ନ ଦେଖି ଆତଙ୍କିତ ଗ୍ରାମବାସୀ, ସତର୍କ କଲା ବନ ବିଭାଗ


ଜୟପୁର, 23 ନଭେମ୍ବର (ହି.ସ.) - କୋରାପୁଟ ଜିଲା ଲକ୍ଷ୍ମୀପୁରର ଆଖପାଖ ଜଙ୍ଗଲରେ ବୁଲୁଛି ମହାବଳ ବାଘ . ଜଙ୍ଗଲ ଭିତରେ ବାଘର ପାଦଚିହ୍ନ । ଏହି ପାଦଚିହ୍ନକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀ। ଏ ଦୃଶ୍ୟ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଭିତରଗଡ଼ ପଞ୍ଚାୟତର ଯାନୀଗୁଡ଼ା ଗ୍ରାମ ନିକଟବର୍ତ୍ତୀ ଅଞ୍ଚଳର।ବାଘର ପାଦଚିହ୍ନ ଦେଖିବା ପରେ ଭୟଭୀତ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଲକ୍ଷ୍ମୀପୁର ବନାଞ୍ଚଳ ଅଧିକାରୀ ଶିବାନନ୍ଦ ଲେଙ୍କାଙ୍କ ନେତୃତ୍ୱରେ ବନ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ପାଦଚିହ୍ନ ଯାଞ୍ଚ କରିଥିଲେ। ଯାଞ୍ଚରୁ ଏହା ମହାବଳ ବାଘର ପାଦଚିହ୍ନ ବୋଲି ଜଣାପଡ଼ିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।ଅନ୍ୟପଟେ ଗ୍ରାମବାସୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ବନ ବିଭାଗ ପକ୍ଷରୁ ଜାରି ହୋଇଛି ସତର୍କତା।ରାତି ସମୟରେ ଏକୁଟିଆ ବାହାରକୁ ନଯିବା, ଜଙ୍ଗଲ ଭିତରକୁ ନଯିବା ଏବଂ ଗୋରୁଗାଈ, ଛେଳି ଓ ମେଣ୍ଢାଙ୍କୁ ଜଙ୍ଗଲକୁ ନଛାଡ଼ିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।ବାଘର ଗତିବିଧି ଉପରେ ନଜର ରଖିବାକୁ ରାତିରେ ବନ ବିଭାଗର କର୍ମଚାରୀ ପାଟ୍ରୋଲିଂ ଜାରି ରଖିଛନ୍ତି। ବାଘ ଦେଖିଲେ ଭୟଭୀତ ହୋଇ ପାଖକୁ ଯିବା କିମ୍ବା ଘଉଡ଼ାଇବାକୁ ଚେଷ୍ଟା କରନ୍ତୁ ନାହିଁ। ତୁରନ୍ତ ବନ ବିଭାଗକୁ ଖବର ଦିଅନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande