
ଭୁବନେଶ୍ୱର, 23 ନଭେମ୍ବର (ହି.ସ.)- ଆୟୁଷ୍ମାନ
ଯୋଜନାରେ ଓଡ଼ିଶାର ନୂଆ ରେକର୍ଡ । ଅଢେଇ ବର୍ଷରେ ଆୟୁଷ୍ମାନ କାର୍ଡରେ ୨୫ ଲକ୍ଷରୁ ଅଧିକ
ରୋଗୀଙ୍କ ଚିକିତ୍ସା ହୋଇଛି । ଏଥିପାଇଁ ଖର୍ଚ୍ଚ ହୋଇଛି ୬,୮୭୭ କୋଟି ଟଙ୍କା । ୧୧
ଏପ୍ରିଲ ୨୦୨୫ରୁ ୧୯ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ଏହି ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ଓଡ଼ିଶା
ବାହାରେ ମଧ୍ୟ ୨ ଲକ୍ଷ ରୋଗୀଙ୍କ ହୋଇଛି ଚିକିତ୍ସା । ଖର୍ଚ୍ଚ ହୋଇଛି ୬୫୬ କୋଟି ଟଙ୍କା । ସ୍ୱାସ୍ଥ୍ୟ
କାର୍ଡ ଚିକିତ୍ସାରେ କଟକ ଆଗରେ, ଦ୍ୱିତୀୟରେ ରହିଛି ଗଞ୍ଜାମ । ସେହିପରି ରାଜ୍ୟ ବାହାର ଚିକିତ୍ସାରେ
ବଲାଙ୍ଗିର ଆଗରେ ରହିଛି । ଆୟୁଷ୍ମାନ ଯୋଜନାରେ ବଲାଙ୍ଗିରକୁ ମିଳିଛି ସର୍ବାଧିକ ଫାଇଦା । ବଲାଙ୍ଗିର, ନୂଆପଡ଼ା
ଓ କଳାହାଣ୍ଡିରୁ ସର୍ବାଧିକ ଲୋକ ଓଡ଼ିଶା ବାହାରେ ଚିକିତ୍ସା ଲାଭ ପାଇଛନ୍ତି । ଏନେଇ ବିଧାନସଭାରେ
ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଲିଖିତ ଉତ୍ତର ରଖିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା