
ଭୁବନେଶ୍ୱର, ୨୩ ନଭେମ୍ବର (ହି.ସ)- ରାଜ୍ୟରେ ମୁଣ୍ଡ ପିଛା ଋଣ ବୃଦ୍ଧି ପାଇଛି। ରାଜ୍ୟର ଋଣ ଭାର ୧ ଲକ୍ଷ ୩୦ ହଜାର କୋଟି ଟଙ୍କା ଟପିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ଲିଖିତ ଉତରରେ ଏହା ଜଣାଇଛନ୍ତି। ସୂଚନା ଅନୁଯାୟୀ ଅକ୍ଟୋବର ସୁଦ୍ଧା ମୁଣ୍ଡ ପିଛା ଋଣ ୨୭ ହଜାର ୫୦୨ ଟଙ୍କାରେ ପହଂଚିଛି। ଅକ୍ଟୋବର ପୂର୍ବରୁ ମୁଣ୍ଡ ପିଛା ଋଣ ୨୬ ହଜାର ୧୩୩ ଟଙ୍କା ଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା