
ଭୁବନେଶ୍ୱର, ୨୩
ନଭେମ୍ବର (ହି.ସ.) ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୋମବାର ଦିନ ଶୂନ୍ୟକାଳରେ
ଅଙ୍ଗନବାଡି କର୍ମୀଙ୍କ ଧାରଣା ପ୍ରସଙ୍ଗ ଉଠାଇଛନ୍ତି ।
ଶୂନ୍ୟକାଳରେ ସେ କହିଛନ୍ତି
ଯେ ବିଭିନ୍ନ ଦାବି ନେଇ ଅଙ୍ଗନବାଡି କର୍ମୀ ରାସ୍ତା ରେ ବସିଛନ୍ତି । ପୋଷଣ ଯୋଜନା ରେ 6 ମାସ ହେଲା ଅର୍ଥ ମିଳିନି । ବିଧାନସଭା ଚାଲିଥିବା ବେଳେ କେଉଁ ଜରୁରୀ ପରିସ୍ଥିତି
ରେ ଉପ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତ ରେ ଗଲେ
ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେ କହିଛନ୍ତି ଯେ, ରାଜ୍ୟ
ରେ ସମସ୍ୟା ଚାଲିଥିବା ବେଳେ ସରକାର ଙ୍କ ମନ୍ତ୍ରୀ ବିଦେଶ ନ ବୁଲନ୍ତୁ । ଏ ପରମ୍ପରା ବନ୍ଦ ହେଉ।
ତାଙ୍କର କଣ ଏମିତି ଜରୁରୀ ହେଲା ଯେ ବିଦେଶ ଗଲେ। ବିଦେଶ ବୁଲା କୁ ଉପଭୋଗ ନକରନ୍ତୁ ବୋଲି ସେ
କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା