ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଲଷ୍ମୀ ନୃସିଂହ ବେଶ ଅନୁଷ୍ଠିତ
ପୁରୀ, 23 ନଭେମ୍ବର (ହି.ସ.)ଆଜି ସୋମବାର ସକାଳୁ ଶ୍ରୀମନ୍ଦିର ରେ ଶ୍ରୀଜୀଉ ମାନଙ୍କ ଲଷ୍ମୀନୃସିଂହ ବେଶ ଅନୁଷ୍ଠିତ ହୋଇଯାଇଛି | ପୂର୍ବ ରାତ୍ର ପହୁଡ଼ ହୋଇନାହିଁ | ଆଜି ଶ୍ରୀଜୀଉଙ୍କ ବାଳ ଧୂପ,ଲକ୍ଷ୍ମୀନୃସିଂହ ବେଶ,ରାହାସ ଅନୁଷ୍ଠିତ ହେବ | ସକାଳ ନୀତି ମଧ୍ୟରେ ମଙ୍ଗଳ ଆଳତି - ୦୬.୪୫,ମଇଲମ - ୦୬.୫୦,
ଆଜି ଶ୍ରୀମନ୍ଦିର ରେ ଶ୍ରୀଜୀଉ ଙ୍କ ଲଷ୍ମୀନୃସିଂହ ବେଶ ଅନୁଷ୍ଠିତ


ପୁରୀ, 23 ନଭେମ୍ବର (ହି.ସ.)ଆଜି ସୋମବାର ସକାଳୁ ଶ୍ରୀମନ୍ଦିର ରେ ଶ୍ରୀଜୀଉ ମାନଙ୍କ ଲଷ୍ମୀନୃସିଂହ ବେଶ ଅନୁଷ୍ଠିତ ହୋଇଯାଇଛି | ପୂର୍ବ ରାତ୍ର ପହୁଡ଼ ହୋଇନାହିଁ | ଆଜି ଶ୍ରୀଜୀଉଙ୍କ ବାଳ ଧୂପ,ଲକ୍ଷ୍ମୀନୃସିଂହ ବେଶ,ରାହାସ ଅନୁଷ୍ଠିତ ହେବ | ସକାଳ ନୀତି ମଧ୍ୟରେ ମଙ୍ଗଳ ଆଳତି - ୦୬.୪୫,ମଇଲମ - ୦୬.୫୦, ତଡ଼ପଲାଗି - ୦୭.୧୫, ଅବକାଶ ପୂଜା ଠା - ୦୭.୨୫,ଅବକାଶ ପୂଜା - ୦୭.୩୦, ଅବକାଶ ପୂଜାଶେଷ-୦୭.୫୦,ମଇଲମ - ୦୭.୫୫, ରୋଷହୋମ - ୦୮.୦୫

, ଲକ୍ଷ୍ମୀନୃସିଂହ ବେଶ ଆରମ୍ଭ - ୦୮.୦୫ ଅନୁଷ୍ଠିତ ହୋଇଛି | ଧର୍ମ ମାସ ପବିତ୍ର କାର୍ତିକ ମାସ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଆଜି ରତ୍ନ ସିଂହାସନ ଉପରେ ଚତୁର୍ଦ୍ଧାମୂର୍ତିଙ୍କ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହୋଇଛି । ଠାକୁରମାନଙ୍କର ଅବକାଶ ନୀତି ପରେ ଏହି ବେଶ ଆରମ୍ଭ ହୋଇଥିଲା । ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ମହାପ୍ରଭୁଙ୍କର ମସ୍ତକର ଶୀର୍ଷ ଭାଗରେ ଜରି , ବେତ କନାରେ ଦୁଇଟି ଡାଳି ଚୂଳ ସହିତ ଲାଗି କରାଯାଇଥିଲା । ଏହି ଡାଳି ଓ ଚୂଳରେ ସୋଲ ଜରିରେ ନିର୍ମିତ ଗୁଡ଼ିଏ ଫୁଲ ଧାଡ଼ି ଧାଡ଼ି କରି ଲଗାଯାଇଥିଲା । ତାହା ମଝିରେ ସୁବର୍ଣ୍ଣ କିଆ ଖୋସା ଯାଇଥିଲା । ସମଗ୍ର ବେଶକୁ ଧରି ରଖିଥାଏ ଶ୍ରୀମୁଖରେ ଦିଆଯାଇଥିବା ଗୋଟିଏ ଗୋଟିଏ ବଳା । ଅନ୍ୟାନ୍ୟ ବେଶରେ ବ୍ୟବହାର କରାଯାଉଥିବା ସୁନା ଅଳଙ୍କାର ମଧ୍ୟ ଏହି ବେଶରେ ଲାଗି ହୋଇଥିଲା । ଡାଳିକିଆ ବେଶରେ ମାଳି , ପଦକ ମାଳି ଓ ତାବିଜ ମାଳି ଲଗାଯାଇଥିଲା ।ଶ୍ରୀଭୁଜ ଓ ଶ୍ରୀପୟର ମଧ୍ୟ ଲାଗି କରାଯାଇଥିଲା । ଆୟୁଧ ଶଙ୍ଖ , ଚକ୍ର , ହଳ , ମୁଷଳ ମଧ୍ୟ ଲାଗି କରାଯାଇଥିଲା । ସୁଭଦ୍ରା ମଧ୍ୟ ଏହି ବେଶରେ ଅନେକ ସୁନା ଅଳଙ୍କାରରେ ଆଭୂଷିତ ହୋଇଥିଲେ ।ଦେବୀଙ୍କର ଶିରରେ ସୁନାର କିରୀଟ ଲାଗିହୋଇଥିଲା । ଏହି ଦିନ ଶ୍ରୀକ୍ଷେତ୍ରସ୍ଥ ଚକ୍ରନୃସିଂହଙ୍କ ନିକଟରୁ ଶ୍ରୀଜୀଉଙ୍କ ପାଖକୁ ଆଜ୍ଞାମାଳ ଆସିଥିଲା । ଶ୍ରୀରାମଦାସ ମଠ ଓ ବଡ଼ଛତା ମଠ ଏହି ବେଶ ପାଇଁ ସହଯୋଗ କରିଥାନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏହି ବେଶ ମହାପ୍ରଭୁଙ୍କୁ ନୃସିଂହ ଭାବରେ ପ୍ରମାଣିତ କରେ । ଗୋପାଳ ବଲ୍ଲଭ, ବାଳଭୋଗ ଓ ସକାଳଧୁପ ଶେଷହେବା ପର୍ଯ୍ୟନ୍ତ ଏହି ବେଶ ରହିବ । ଏହି ବେଶ ଦେଖିବା ପାଇଁ ଆଜି ସକାଳୁ ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗିଛି |ପ୍ରଶାସନ ପକ୍ଷ ରୁ ସମସ୍ତ ବ୍ୟବସ୍ଥା କରାଯାଇଛି |

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande