
ଭୁବନେଶ୍ୱର, 23
ନଭେମ୍ବର (ହି.ସ.) ରାଜ୍ୟରେ ଅହେତୁକ ଦରଦାମ୍
ବୃଦ୍ଧିକୁ ନେଇ ଓଡିଶା ଜନତା
କଂଗ୍ରେସ ପକ୍ଷରୁ ଆଜି ରାଜ୍ୟସ୍ତରୀୟ
ଆନ୍ଦୋଳନ କରାଯାଉଛି । ଏଥିରେ ଶହ ଶହ
ଲୋକ ଯୋଗ ଦେଇଛନ୍ତି ।
ମୋହମ୍ମଦ ମୋକିମଙ୍କ
ନେତୃତ୍ୱରେ ଓଡିଶା ଜନତା
କଂଗ୍ରେସର ନେତା ମାନେ ଆଜି ଏହି ଆନ୍ଦୋଳନରେ ରାଜ୍ୟରେ ଅହେତୁକ ଦରଦାମ୍ ବୃଦ୍ଧିକୁ ନେଇ
ଲୋୟର ପିଏମଜି ରେ ଗର୍ଜିଛନ୍ତି ।
ସେମାନେ କହିଛନ୍ତି ଯେ ଡାଟା, ଅଟା, ଖାଦ୍ୟ ସାମଗ୍ରୀ, ମୋବାଇଲ ରିଚାର୍ଜ
ଲୋକଙ୍କ ନିତ୍ୟ ବ୍ୟବହାର ଆବଶ୍ୟକ
ମଧ୍ଯ ମହଙ୍ଗା ହୋଇ ଗଲାଣି । ତେଣୁ ଆଜି ଏହି
ଆନ୍ଦୋଳନ ଦଳ ପକ୍ଷରୁ କରାଯାଉଛି ।
ଡବଲ ଇଞ୍ଜିନ୍ ସରକାର ଡବଲ ଲୁଟ କରିଛି । ମୋହନ
ସରକାର ନୁହେଁ ମହଙ୍ଗା ସରକାର
ବୋଲି ସେମାନେ କହିଛନ୍ତି । ଅଢେଇ ବର୍ଷ ଧରି
ସରକାର ଆସିଲେଣି କିନ୍ତୁ ଏବେ
ପର୍ଯ୍ୟନ୍ତ ଲୋକଙ୍କ ହିତ ପାଇଁ କୌଣସି କାମ
କରିନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା