ବିଜେପି-ଅକାଳୀ ମେଣ୍ଟ ସମ୍ଭାବନା, ଆଜି ହୋଇପାରେ ଘୋଷଣା
ନୂଆଦିଲ୍ଲୀ, ୨୪ ନଭେମ୍ବର (ହି.ସ.)। ଗୁରୁ ପର୍ବ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିଜେପିର କେନ୍ଦ୍ରୀୟ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ କରିବାକୁ ଯାଉଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ଅଧ୍ୟକ୍ଷ ନୀତିନ ନବୀନଙ୍କ ସହ ଅକାଳୀ ଦଳର ମୁଖ୍ୟ ସର୍ଦ୍ଦାର ସୁଖବ
amit shah


ନୂଆଦିଲ୍ଲୀ, ୨୪ ନଭେମ୍ବର (ହି.ସ.)। ଗୁରୁ ପର୍ବ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିଜେପିର କେନ୍ଦ୍ରୀୟ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀ କରିବାକୁ ଯାଉଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ଅଧ୍ୟକ୍ଷ ନୀତିନ ନବୀନଙ୍କ ସହ ଅକାଳୀ ଦଳର ମୁଖ୍ୟ ସର୍ଦ୍ଦାର ସୁଖବୀର ସିଂହ ବାଦଲ ମଧ୍ୟ ସାମିଲ ହେବେ।ସୂତ୍ର ଅନୁଯାୟୀ, ପଞ୍ଜାବ ନିର୍ବାଚନକୁ ଦୃଷ୍ଟିରେ ରଖି ଅକାଳୀ ଦଳ ଓ ବିଜେପି ମଧ୍ୟରେ ମେଣ୍ଟ ହୋଇପାରେ। ଏହାର ଘୋଷଣା ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ହୋଇପାରେ। ଗତ କିଛି ଦିନ ଧରି ରାଜନୈତିକ ମହଲରେ ଏନେଇ ବିଭିନ୍ନ କଳ୍ପନାଜଳ୍ପନା ଲାଗି ରହିଥିଲା।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande