
କୋଲକାତା, ୨୪ ନଭେମ୍ବର (ହି.ସ.)। ମଙ୍ଗଳବାର ସକାଳେ ଭୂମିକମ୍ପର ଝଟକାରେ ଥରି ଉଠିଥିଲା ଉତ୍ତର ବଙ୍ଗ। ସକାଳ ପ୍ରାୟ ୭ଟା ସମୟରେ ଶିଲିଗୁଡ଼ି ଏବଂ ଏହାର ଆଖପାଖ ଅଞ୍ଚଳରେ ଦୁଇଥର ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ପ୍ରାଥମିକ ସୂଚନା ଅନୁଯାୟୀ, ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ପଡ଼ୋଶୀ ଦେଶ ନେପାଳରେ ଥିଲା।
ଖବର ଲେଖାଯିବା ସୁଦ୍ଧା ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷଣ (ଜିଏସ୍ଆଇ) ପକ୍ଷରୁ ଭୂମିକମ୍ପର ଆଧିକାରିକ ତୀବ୍ରତା ସମ୍ପର୍କରେ କୌଣସି ସୂଚନା ଦିଆଯାଇନଥିଲା। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୪ ମାପ କରାଯାଇଛି।
ସୂଚନା ଅନୁଯାୟୀ, ନେପାଳର କୋଶୀ ଅଞ୍ଚଳରେ ଭୂପୃଷ୍ଠଠାରୁ ପ୍ରାୟ ୯ କିଲୋମିଟର ଗଭୀରତାରେ ଏହି ଭୂମିକମ୍ପର ଉତ୍ପତ୍ତି ହୋଇଥିଲା। ଭୂମିକମ୍ପ ଯୋଗୁଁ କୌଣସି ଧନଜୀବନ କ୍ଷୟକ୍ଷତି ହୋଇଥିବାର ଖବର ମିଳିନାହିଁ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା