ଗଂଜେଇ ଚାଲାଣ ବେଳେ ଚଢ଼ଉ : ୯୭ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ
ଜୟପୁର, ୨୪ ନଭେମ୍ବର (ହି.ସ.)- କୋରାପୁଟ ଜିଲ୍ଲାରେ ବୈପାରୀଗୁଡା ପୋଲିସ ଗଂଜେଇ ଚାଲାଣ ବେଳେ ଚଢ଼ଉ କରିଛି । ଏକ ଟାଟା ଯୋଧା ଗାଡ଼ିରେ ନିର୍ମିତ ଗୁପ୍ତ ଚାମ୍ବର ମଧ୍ୟରେ ଲୁଚାଇ ରଖାଯାଇଥିବା ୯୭ କେଜି ୫୦୦ ଗ୍ରାମ ଗଞ୍ଜେଇକୁ ପୁଲିସ ଜବତ କରିବା ସହ ଏହି ଚୋରାଚାଲାଣ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କ
ଗଂଜେଇ ଚାଲାଣ ବେଳେ ଚଢ଼ାଉ  ୯୭ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ


ଜୟପୁର, ୨୪ ନଭେମ୍ବର (ହି.ସ.)- କୋରାପୁଟ ଜିଲ୍ଲାରେ ବୈପାରୀଗୁଡା ପୋଲିସ ଗଂଜେଇ ଚାଲାଣ ବେଳେ ଚଢ଼ଉ କରିଛି । ଏକ ଟାଟା ଯୋଧା ଗାଡ଼ିରେ ନିର୍ମିତ ଗୁପ୍ତ ଚାମ୍ବର ମଧ୍ୟରେ ଲୁଚାଇ ରଖାଯାଇଥିବା ୯୭ କେଜି ୫୦୦ ଗ୍ରାମ ଗଞ୍ଜେଇକୁ ପୁଲିସ ଜବତ କରିବା ସହ ଏହି ଚୋରାଚାଲାଣ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ବୈପାରିଗୁଡ଼ା ପୋଲିସ। ପୁଲିସ ସୂଚନା ଅନୁଯାୟୀ, ବୈପାରିଗୁଡ଼ା ଥାନା ପୁଲିସ ଏକ ଟାଟା ଯୋଧା ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ଠାବ କରିଥିଲା । ଗାଡ଼ିକୁ ଯାଞ୍ଚ କରିବା ସମୟରେ ଏହାର ଭିତରେ ସ୍ୱତନ୍ତ୍ର ଭାବେ ତିଆରି କରାଯାଇଥିବା ଏକ ଗୁପ୍ତ ଚାମ୍ବରରୁ ୯୭ କେଜି ୫୦୦ ଗ୍ରାମ ଗଞ୍ଜେଇ ମିଳିଥିଲା। ଗଞ୍ଜେଇକୁ ଲୁଚାଇ ଚାଲାଣ କରିବା ପାଇଁ ଗାଡ଼ିରେ ଏଭଳି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି । ଏହି ଘଟଣାରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଉତ୍ତରପ୍ରଦେଶର ୩୨ ବର୍ଷୀୟ ପୁରୁଷୋତ୍ତମ ଓରଫ ଜିତେନ୍ଦ୍ର ଏବଂ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଅଞ୍ଚଳର ୩୨ ବର୍ଷୀୟ ସୁବାସ ଅନାବାରୀ ବୋଲି ଜଣାପଡ଼ିଛି। ଏହି ଘଟଣାର ତଦନ୍ତକାରୀ ଅଧିକାରୀ ଭାବେ ସବ୍-ଇନ୍ସପେକ୍ଟର ଧୀରେନ୍ଦ୍ର ବାରିକ ତଦନ୍ତ ଦାୟିତ୍ୱ ତୁଲାଉଥିବା ବେଳେ ମାଜିଷ୍ଟେଟ ତଥା ଅତିରିକ୍ତ ତହସିଲଦାର ଝାଡେଶ୍ୱର ସୌରା ଉପସ୍ଥିତ ରହିଥିଲେ। ଗଞ୍ଜେଇ ଚାଲାଣରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ତଦନ୍ତରେ ଅଧିକ ତଥ୍ୟ ମିଳିବା ପରେ ତାହା ସ୍ପଷ୍ଟ ହେବ ବୋଲି ବୈପାରିଗୁଡ଼ା ଥାନା ଅଧିକାରୀ ଲକ୍ଷ୍ମୀ ନାରାୟଣ ମୁଦୁଲି ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande