
ଗଂଜାମ, 24 ନଭେମ୍ବର (ହି.ସ.)ଗଞ୍ଜାମ ଜିଲାରେ ଚୋରି । ଗତକାଲି ରାତି ଗୋଟାଏ ରୁ ଦୁଇଟା ବେଳେ ଭଞ୍ଜନଗର ନିକଟସ୍ଥ କୁଲାଡ ଗ୍ରାମରେ ଶିବପ୍ରସାଦ ସାହୁଙ୍କ ଘର ବାରି ପଟ କବାଟ ଭାଙ୍ଗି ଚୋର ମାନେ ଧନ ସମ୍ପତ୍ତି ଲୁଟି ନେଇଛନ୍ତି। ଘରେ ପରିବାର ଲୋକେ ଶୋଇଥିଲେ ମଧ୍ୟ ଚୋର ଘରେ ପସିବା ଟେର୍ ପାଇନଥିଲେ। ଚୋରମାନେ ପରିବାର ଲୋକେ ଶୋଇ ଥିବା ରୁମ୍ କବାଟ ବନ୍ଦ କରି ଟଙ୍କା ସୁନା ରୁପା ଆରାମରେ ଲୁଟ୍ କରିଛନ୍ତି। ଲୁଟ ପରେ ଚୋରମାନେ ଫ୍ରିଜରୁ କ୍ଷିର ବାହାରକରି ତାହା କରି ପିଇ ଏସି ଲଗାଇ କିଛି ସମୟ ଵିତାଇ ଚୋରି ଜିନିଷ ନେଇ ପଳାୟନ କରିଛନ୍ତି। ରାତି ତିନିଟାରେ ଘର ଲୋକେ ଉଠି ପଡୋଶୀ ଘରକୁ ଡାକ ପକାଇଥିଲେ। ପଡୋଶୀ ମାନେ ଆସି କବାଟ ଖୋଲି ଵନ୍ଦ ରୁମରୁ ପରିବାର ଲୋକଙ୍କୁ ଉଦ୍ଧାର କରିଥିଲେ। ଚୋରମାନେ ଘରୁ ଆଲମିରା ଓ ଠାକୁରଘର ଚାବି ଖୋଲି ୧୫ଗ୍ରାମ ସୁନା ୩୦୦ଗ୍ରାମ ରୂପା ସହ ପକେଟରେ ଥିବା ନଗଦ ବାର ହଜାର ଟଙ୍କା ଲୁଟି ନେଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳର ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅଭିଯୋଗ ପାଇ ପୁଲିସ ଘଟଣାର ତନାଘନା ତଦନ୍ତ ଆରମ୍ଭ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ