କାଳିଆରେ ବଞ୍ଚିଥିଲେ ଆରବର୍ଷକୁ ଦେଖା
ପୁରୀ, ୨୪ ନଭେମ୍ବର (ହି.ସ.)- ଆଜି ଶେଷ ହୋଇଛି ମହାକାର୍ତ୍ତିକ । ଏକମାସ ଧରି ହବିଷାଳୀ ମାନେ ସଙ୍କଳ୍ପ କରି ରାଇଦାମୋଦର ପୂଜା କରିଆସୁଥିଲେ । ଭାବଭକ୍ତି ଓ ଲୟ ରଖି ଏକମାସ ଶେଷ ହୋଇଗଲା । ବିଭିନ୍ନ ଜିଲ୍ଲାରୁ ଆସିଥିବା ହବିଷ୍ୟାଳୀ ଏହି ଏକମାସ ଭିତରେ ନିଜର ହୋଇଯାଇଥିଲେ । ଢିଙ୍କିଶାଳ ଠାରୁ ଢେଙ୍କା
କାଳିଆ...ରେ ବଞ୍ଚିଥିଲେ ଆରବର୍ଷକୁ ଦେଖା


ପୁରୀ, ୨୪ ନଭେମ୍ବର (ହି.ସ.)- ଆଜି ଶେଷ ହୋଇଛି ମହାକାର୍ତ୍ତିକ । ଏକମାସ ଧରି ହବିଷାଳୀ ମାନେ ସଙ୍କଳ୍ପ କରି ରାଇଦାମୋଦର ପୂଜା କରିଆସୁଥିଲେ । ଭାବଭକ୍ତି ଓ ଲୟ ରଖି ଏକମାସ ଶେଷ ହୋଇଗଲା । ବିଭିନ୍ନ ଜିଲ୍ଲାରୁ ଆସିଥିବା ହବିଷ୍ୟାଳୀ ଏହି ଏକମାସ ଭିତରେ ନିଜର ହୋଇଯାଇଥିଲେ । ଢିଙ୍କିଶାଳ ଠାରୁ ଢେଙ୍କାନାଳ ପର୍ଯ୍ୟନ୍ତ ସୁଖ ଦୁଃଖ କାହାଣୀ ପରସ୍ପରକୁ ବାଣ୍ଟିଥିଲେ । କାଳିଆର ଚକାଆଖି ଦର୍ଶନ ମନରୁ ଲିଭୁନାହିଁ । ପୁଣି ବଞ୍ଚିଥିଲେ ଆରବର୍ଷକୁ ଦେଖା ହେବ କହି ବଡଦାଣ୍ଡରେ ନୀଳଚକ୍ରକୁ ମୁଣ୍ଡିଆ ମାରି ହାତଟେକି ଘରକୁ ଫେରିଛନ୍ତି ହବିଷାଳୀ । ତିନି ହବିଷ୍ୟାଳୀ ଶିବିରର ଦୁଃଖ କୋହ ଓ ମୋହ ମିଶା କ୍ରନ୍ଦନ ଶିବିରରେ ନିଆରା ବାତାବରଣ ସୃଷ୍ଟି କରିଥିଲା । ସରକାର, ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ ଓ ଶିବିରରେ ନିୟୋଜିତ କର୍ମଚାରୀ ଓ ସ୍ବେଛାସେବୀ ମାନଙ୍କୁ ଆଶୀର୍ବାଦ ଦେଇ ଫେରିଛନ୍ତି ମା' ମାନେ । ଗେଟ ବାହାରେ ଅପେକ୍ଷାରତ ଥିଲେ ଆତ୍ମୀୟ । ଶିବିର ଛାଡିବା ପରେ ଆନନ୍ଦର ସହ ଟ୍ରଙ୍କ ଓ ଗଣ୍ଠିଲି ଧରି ବାହୁଡିଥିଲେ ହବିଷ୍ଯାଳୀ । ୨୫ ଶହ ହବିଷ୍ଯାଳୀ ବାଦ୍ ଶ୍ରୀକ୍ଷେତ୍ରକୁ ଆସିଥିବା ପ୍ରାୟ ୫ ହଜାର ହବିଷ୍ଯାଳୀ ସମୁଦ୍ର ଓ ତୀର୍ଥ ପୁଷ୍କରିଣୀରେ ଡଙ୍ଗା ଭସାଇ କାଳିଆ ଦର୍ଶନ କରି ଫେରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande