
ମାଲକାନଗିରି, ୨୪ ନଭେମ୍ବର(ହି.ସ.) – ମାଲକାନଗିରି ଜିଲ୍ଲାରେ ଗତ ୨୧ ତାରିଖରେ ଏଲିମେଂଟାରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରମୋସନ ପ୍ରକ୍ରିୟା ରେ ଅନିୟମିତତା ଦର୍ଶାଇ କିଛି ଶିକ୍ଷକ ଶିକ୍ଷୟିତ୍ରୀ ଧାରଣା ବସିଥିଲେ ଶେଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଏହି ପ୍ରମୋସନ ପକ୍ରିୟାରେ ତ୍ରୁଟି ଥିବା ସ୍ୱୀକାର କରିଥିଲେ ଓ ଆଗାମୀ ଦିନରେ ଯେଉଁ ଶିକ୍ଷକମାନେ ପ୍ରୋମସନରୁ ବଂଚିତ ଅଛନ୍ତି ସେମାନଙ୍କୁ ଆଗାମୀ ଦିନରେ ପ୍ରୋମସନ କରାଯିବ ବୋଲି ପ୍ରତିଶ୍ରୁତି ପରେ ଶିକ୍ଷକମାନଙ୍କ ଆନ୍ଦୋଳନ ହଟିଥିଲା! ଏବେ କିନ୍ତୁ ଆଉ ଏକ ଅନିୟମିତତା ସାମ୍ନାକୁ ଆସିଥିବା ଦେଖିବାକୁ ମିଳିଛି ପ୍ରମୋସନ ପକ୍ରିୟାରେ କାଉସିଲିଂ ପରେ ସେମାନଙ୍କୁ ଅନ୍ୟ ବ୍ଲକର ନୂତନ ବିଦ୍ୟାଳୟରେ ପୋଷ୍ଟିଂ କରାଯାଇଥିବାବେଳେ କେତେଜଣ ଶିକ୍ଷକ ଶିକ୍ଷୟିତ୍ରୀ କାଉସିଲିଂରେ ଭାଗ ନନେଇ କୁଆଡ଼େ ଆଗରୁ ଥିବା ନିଜ ବ୍ଲକ ଓ ନିଜ ଘର ପାଖରେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିବା ଏବେ ପଦାକୁ ଆସିଛି!
ସୂଚନା ମୁତାବକ ମାଥିଲି ବ୍ଲକର ଜଣେ ଶିକ୍ଷୟତ୍ରୀ ଓ ଖଇରପୁଟ ବ୍ଲକର ଜଣେ ଶିକ୍ଷକ କାଉସିଲିଂରେ ଯୋଗ ନଦେଇ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ କୁଆଡ଼େ ମୋଟ ଅଙ୍କର ଟଙ୍କା ଦେଇ ଆଗରୁ କାର୍ଯ୍ୟ କରିଥିବା ବ୍ଲକରେ ନିଜ ମନ ପସନ୍ଦର ସ୍ଥାନ ଏପରି କି ନିଜ ଗ୍ରାମରେ ଥିବା ବିଦ୍ୟାଳୟରେ ନିଯୁକ୍ତି ପାଇଛନ୍ତି ଯାହାକି ଏବେ ଶିକ୍ଷକ ମହଲରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି! ଏନେଇ ଆମେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତରଞ୍ଜନ ପାଣିଗ୍ରାହୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଆମର ବ୍ଲକ ଅନୁଯାୟୀ ଖାଲି ପଦବୀ ବାହାର କରାଯାଇଥିଲା ଯେଉଁମାନେ କାଉସିଲିଂକୁ ଆସିଥିଲେ ସେମାନଙ୍କୁ ପ୍ରଥମେ ନିଯୁକ୍ତି ଦିଆଯାଇଥିଲା ପରେ ଯେଉଁମାନେ ଆସିନଥିଲେ ସେମାନଙ୍କୁ ବଂଚିଥିବା ଖାଲିଥିବା ସ୍ଥାନ ଅନୁଯାୟୀ ନିଯୁକ୍ତି ଦିଆଯାଇଛି! ତେବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶିକ୍ଷା ବିଭାଗରେ ହେଉଥିବା ଏଭଳି ଦୁର୍ନୀତିର ଚର୍ଚ୍ଚାକୁ ଯଦି ଜିଲ୍ଲାପାଳ ହସ୍ତକ୍ଷେପ କରନ୍ତେ ତେବେ ଆଗାମୀ ଦିନରେ ଏହାର ସତ୍ୟାସତ୍ୟ ପଦାକୁ ଆସିପାରନ୍ତା ବୋଲି ଶିକ୍ଷକ ମହଲରେ ଦାବି ହେଉଛି!
.......................................
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ