
ଝାରସୁଗୁଡା, 24 ନଭେମ୍ବର (ହି.ସ.) ବେଦାନ୍ତ ଆଲୁମିନିୟମ ମେଟାଲ ଲି ମି ଟେଡ୍ (ଭିଏଏମ୍ ଏଲ୍) ପକ୍ଷରୁ କଟାପାଲିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଜେମ୍ ସ ( ଝାରସୁଗୁଡା ଏଣ୍ଟରପ୍ରିନରସିପ୍ ଆଣ୍ଡ ମେକର ସ୍ପେସ୍ ) ଇନୋଭେସନ୍ ସେଣ୍ଟର ଉଦଘାଟିତ ହୋଇଛି। ଉଦଘାଟନୀ କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରି ଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ବିଧାୟକ ଟଙ୍କଧର ତ୍ରିପାଠୀ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧୂକାରୀ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନର ସହଯୋଗରେ ପ୍ରତିଷ୍ଠିତ ଏହି କେନ୍ଦ୍ର ମାଧ୍ୟମରେ ୫୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ରୋବୋଟିକ୍ସ, ଇଲେକ୍ଟ୍ରୋନିକ୍ସ ଓ ଆଧୁନିକ ଜ୍ଞାନକୌଶଳ ସମ୍ପର୍କିତ ବ୍ୟବହାରିକ ଶିକ୍ଷା ଲାଭ କରିପାରିବେ। ଏହି କେନ୍ଦ୍ରରେ ଅଟଳ ଟିଙ୍କରିଂ ଲ୍ୟାବ୍ ସହିତ ବିଭିନ୍ନ ଆଧୁନିକ ଉପକରଣ ଉପଲବ୍ଧ କରାଯାଇଛି। ଏହାଦ୍ୱାରା ଛାତ୍ରଛାତ୍ରୀ ନିଜସ୍ବ ଚିନ୍ତାଧାରାକୁ ନୂତନ ଉଦ୍ଭାବନ ଓ ପ୍ରକଳ୍ପରେ ପରିଣତ କରିବା ସହ ସୃଜନଶୀଲତା,ବୈଜ୍ଞାନିକ ଚିନ୍ତାଧାରା ଓ ସମସ୍ୟା ସମାଧାନ ଦକ୍ଷତା ବିକାଶ କରିପାରିବେ। ଏହି ଅବସରରେ ବେଦାନ୍ତ କମ୍ପାନୀ ସିଇଓ ସି ଚନ୍ଦ୍ରୁ କହିଥିଲେ, ଯୁବପିଢ଼ିଙ୍କୁ ଆଧୁନିକ ଜ୍ଞାନକୌଶଳ ଓ ଉଦ୍ଭାବନ ସହ ପରିଚିତ କରାଇବା ଦ୍ୱାରା ଦେଶର ଭବିଷ୍ୟତ ନିର୍ମାଣରେ ସହାୟତା ମିଳିବ। ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ କମ୍ପାନୀର ଏଭଳି ପଦକ୍ଷେପ ପାଇଁ ବେଦାନ୍ତ କମ୍ପାନୀ ପ୍ରତିଶ୍ରୁତିବଦ୍ଧ ବୋଲି ସିଇଓ ଶ୍ରୀ ଚନ୍ଦୁ ମତ ରଖିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ