ପୁଣି ଚର୍ଚ୍ଚାରେ ବହୁଚର୍ଚ୍ଚିତ ଲୋମଶ କନ୍ୟା ରେବତୀ, ବିବାହ କରି ଆରମ୍ଭ କଲେ ନୂଆ ଜୀବନ
ବୌଦ୍ଧ, ୨୪ ନଭେମ୍ବର (ହି.ସ.) - ପୁଣି ଚର୍ଚ୍ଚାରେ ଲୋମଶ କନ୍ୟା ରେବତୀ କ୍ଷ ନୟାଗଡ଼ ଜ଼ିଲ୍ଲା ମହୀପୁର ଥୁଆବାରି ଗ୍ରାମର ଯୁବକ ପିତବାସ ସାହୂଙ୍କ ହାତଧରି ଆଜି ନିଜ ଘର ଛାଡି ଶାଶୂଘରକୁ ଯାଇଛନ୍ତି ରେବତୀ କଂହର । ଦିନେ ସାରା ଦେଶରେ ଚହଳ ସୃଷ୍ଟି କରିଥିଲା ଏହି ଲୋମଶ କନ୍ୟା ରେବତୀ କଂହର । ଦେଶର ବଡ ବଡ
ପୁଣି ଚର୍ଚ୍ଚାରେ ବହୁଚର୍ଚ୍ଚିତ ଲୋମଶ କନ୍ୟା ରେବତୀ, ବିବାହ କରି ଆରମ୍ଭ କଲେ ନୂଆ ଜୀବନ


ପୁଣି ଚର୍ଚ୍ଚାରେ ବହୁଚର୍ଚ୍ଚିତ ଲୋମଶ କନ୍ୟା ରେବତୀ, ବିବାହ କରି ଆରମ୍ଭ କଲେ ନୂଆ ଜୀବନ୩


ପୁଣି ଚର୍ଚ୍ଚାରେ ବହୁଚର୍ଚ୍ଚିତ ଲୋମଶ କନ୍ୟା ରେବତୀ, ବିବାହ କରି ଆରମ୍ଭ କଲେ ନୂଆ ଜୀବନ୨


ପୁଣି ଚର୍ଚ୍ଚାରେ ବହୁଚର୍ଚ୍ଚିତ ଲୋମଶ କନ୍ୟା ରେବତୀ, ବିବାହ କରି ଆରମ୍ଭ କଲେ ନୂଆ ଜୀବନ୧


ବୌଦ୍ଧ, ୨୪ ନଭେମ୍ବର (ହି.ସ.) - ପୁଣି ଚର୍ଚ୍ଚାରେ ଲୋମଶ କନ୍ୟା ରେବତୀ କ୍ଷ ନୟାଗଡ଼ ଜ଼ିଲ୍ଲା ମହୀପୁର ଥୁଆବାରି ଗ୍ରାମର ଯୁବକ ପିତବାସ ସାହୂଙ୍କ ହାତଧରି ଆଜି ନିଜ ଘର ଛାଡି ଶାଶୂଘରକୁ ଯାଇଛନ୍ତି ରେବତୀ କଂହର । ଦିନେ ସାରା ଦେଶରେ ଚହଳ ସୃଷ୍ଟି କରିଥିଲା ଏହି ଲୋମଶ କନ୍ୟା ରେବତୀ କଂହର । ଦେଶର ବଡ ବଡ ଖବରକାଗଜ ଓ ଟିଭି ଚେନେଲର ହେଡଲାଇନ ସାଜିଥିଲା ଏହି ରେବତୀ । ଦୀର୍ଘ ବର୍ଷ ପରେ ଆଉଥରେ ଚର୍ଚାକୁ ଆସିଛି ରେବତୀ । କିଛି ବର୍ଷ ପୂର୍ବେ ରେବତୀ ର ଚିକିତ୍ସା କୁ ନେଇ ସାରା ଦେଶରେ ଚିକିତ୍ସା ବିଜ୍ଞାନୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଥିଲା । ଏବେ ହଇଚଇ ସୃଷ୍ଟି କରିଛି ରେବତୀର ବିବାହକୁ ନେଇ । ବାପା ମାଙ୍କୁ ହରାଇ ଅନେକ ବର୍ଷ ହେଲା ଏକା ଏକା ଜୀବନ ଯାପନ କରୁଥିବା ରେବତୀ ର ହାତ ଧରିଛନ୍ତି ନୟାଗଡ ଜିଲାର ପୀତବାସ । ଗ୍ରାମବାସୀଙ୍କ ସାମନାରେ ପାଖପଡିଶାଙ୍କୁ ସାକ୍ଷୀ ରଖି ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି ରେବତୀ ଓ ପୀତବାସ । ଏକ ନୂତନ ଜୀବନ ଆରଂଭ କରିଛି ରେବତୀ । ବୌଦ୍ଧ ଜିଲା ତଳଗାଁ ପଂଚାୟତ ଅନ୍ତର୍ଗତ ଖଳିସାହିର ବହୁ ଚର୍ଚ୍ଚିତ ଲୋମଶ କନ୍ୟା ହେଲା ରେବତୀ । ବାଳକୃଷ୍ଣ କଂହର ଓ ନଳିତା କଂହର ଙ୍କ ଝିଅ ହେଲେ ଏହି ରେବତୀ କ୍ଷ ଯାହାର ବାପାଙ୍କ ଭଳି ଦେହସାରା ଭାଲୁ ଭଳି ବାଳ ଭରି ରହିଥିଲା । ତା ସହ ଭାଲୁ ସଦୃଶ ମୁଂହ ରହିଥିବା ବେଳେ ଘୁଷୁରୀ ଭଳି ପାଟି ଓ ଓଠ ଦେଖାଯାଉଥିଲା । ଯାହା ଚିକିତ୍ସା ବିଜ୍ଞାନରେ ଏକ ବିରଳ ଘଟଣା ହୋଇଥିଲା । ରେବତୀର ଚିକିତ୍ସା ଓ ରିସର୍ଚ ସକାଶେ ତାଙ୍କୁ ସରକାରୀ ସହାୟତାରେ ଚିକିତ୍ସା ଆରମ୍ଭ କରାଯାଇଥିଲା । ସେତେବେଳେ ରେବତୀର ରକ୍ତ ନମୁନା ଚୋରି ହୋଇ ବିଦେଶ କୁ ଚାଲିଯାଇଥିବା ନେଇ ଏକ ବଡଧରଣର ଅଭିଯୋଗ ହେବା ସହ ତାର ତଦନ୍ତ ମଧ୍ୟ କରାଯାଇଥିଲା । ଚିକିତ୍ସା ପରେ ଦେହର ଲୋମ ସମ୍ପୂର୍ଣ ନଷ୍ଟ ହୋଇ ଯାଇଥିଲା ଏବଂ ମୁଂହର ସୌନ୍ଦର୍ଯ୍ୟ ମଧ୍ୟ କିଛି ଫେରି ଆସିଥିଲା । କିଛି ବର୍ଷ ସରକାର ତାର ଦେଖାଶୁଣା କରିଥିଲେ ମାତ୍ର ସମୟ କ୍ରମେ ସରକାର ଓ ପ୍ରଶାସନ ରେବତୀକୁ ଭୁଲିଯାଇଥିଲା । ଏବେ ନୟାଗଡ଼ ଜ଼ିଲ୍ଲା ମହୀପୁର ଥୁଆବାରି ଗ୍ରାମର ଯୁବକ ପିତବାସ ସାହୂ ହାତଧରି ରେବତୀ ସହ ନୂତନ ଜୀବନ ଆରମ୍ଭ କରିଛନ୍ତି । ୨୧ ତାରିଖ ଶନିବାର ଦିନ ସକାଳ ୯ ଘଂଟା ସମୟରେ ପୂର୍ବତନ ସରପଂଚ ରବିନାରାୟଣ ପ୍ରଧାନ ଙ୍କ ଉପସ୍ଥିତି ରେ ଗ୍ରାମ ର ଠାକୁରାଣୀ ଙ୍କ ନିକଟରେ ଉଭୟେ ଉଭୟ ଫୁଲ ମାଳ ପିନ୍ଧା ପିନ୍ଧି ହୋଇଥିଲେ । ଉଭୟେ ଏକ ଚୁକ୍ତି ପତ୍ରରେ ରାଜି ହୋଇଥିଲେ ଭବିଷ୍ୟତ ରେ ଯେଭଳି କିଏ କାହାକୁ ଧୋକା ନ ଦିଅନ୍ତି । ଶେଷରେ ନବ ଦମ୍ପନ୍ତି ଙ୍କୁ ଆଶ୍ରିବାଦ କରି ବିବାହ ବନ୍ଧନ ସବୁ ଦିନ ପାଇଁ ଶୁଭ ମଙ୍ଗଳ ମୟ ହେଉ ବୋଲି ହରିବୋଲ ପକାଇ ନବ ଦମ୍ପନ୍ତି ଙ୍କୁ ଶୁଭ ବିଦାୟ ଦେଇଥିଲେ ଗ୍ରାମବାସୀ । ୨୦୦୮ ମସିହାରେ ଲୋମଶ କନ୍ୟା ରେବତୀ ସଂପର୍କରେ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଚିକିତ୍ସା ବିଜ୍ଞାନୀଙ୍କ ମଧ୍ୟରେ ଏହା ହଇଚଇ ସୃଷ୍ଟି କରିଥିଲା । ରାଜ୍ୟ ସରକାର ଗମ୍ଭୀରତାର ସହିତ ଗ୍ରହଣ କରି କଟକ ବଡ ମେଡିକାଲରେ ରେବତୀର ଆଧୁନିକ ଚିକିତ୍ସା କରାଇଥିଲେ । କଟକ ବଡ ମେଡିକାଲରେ ରେବତୀ ମୁହଁରେ ସଫଳ ଅସ୍ତ୍ରପୋଚାର କରାଯିବା ପରେ ଆଧୁନିକ ଦୁନିଆଁ ପାଇଁ ଏକ ଚର୍ଚ୍ଚିତ ପ୍ରସଙ୍ଗ ହୋଇଯାଇଥିଲା । ରେବତୀ କିଛି ବର୍ଷ ଧରି ସମସ୍ତ ସହାୟତା ପାଉଥିଲା । ପରେ ସମସ୍ତ ସହାୟତା ସହଯୋଗ ବନ୍ଦ ହୋଇଯାଇଥିଲା । ପ୍ରାୟ ୧୦ ବର୍ଷ ହେବ ରେବତୀ ର ବାପା ମା ଏକ ସଙ୍ଗରେ ମୃତ୍ୟୁ ବରଣ କରିଥିଲେ । ତା ପରେ ରେବତୀ ର ଦୁଃଖ ବଢ଼ି ଯାଇଥିଲା । ଏକାକୀ ଝାଟି ମାଟି ଘରେ ରହି ଛେଳି ଚରାଇବା ସହ ଜଙ୍ଗଲରୁ ପତ୍ର ଆଣି ଖଲି ଦନା ସିଲାଇ ବିକ୍ରିବଟା କରି ଚଳୁଥିଲା ।

ହିନ୍ଦୁସ୍ଥାନ ସମାଚାର / ସମ୍ପତ


 rajesh pande