କାର୍ତିକ ପୂର୍ଣ୍ଣିମାରେ ସାକ୍ଷୀଗୋପୀନାଥଙ୍କ ଲକ୍ଷ୍ମୀ ନାରାୟଣ ବେଶ
ସାକ୍ଷୀଗୋପାଳ, ୨୪ ନଭେମ୍ବର (ହି.ସ.)- ପବିତ୍ର କାର୍ତିକ ପୂର୍ଣ୍ଣମୀ ତିଥିରେ ଆଜି ଭକ୍ତଙ୍କୁ ଲକ୍ଷ୍ମୀ ନାରାୟଣ ବେଶ ବା ସୁନାବେଶରେ ଦର୍ଶନ ଦେଇଛନ୍ତି ସାକ୍ଷୀଗୋପୀନାଥ । ଏହି ଅବସରରେ ରାଜ୍ୟର ଅନ୍ୟତମ ବୈଷ୍ଣବ କ୍ଷେତ୍ର ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ସ୍ଥିତ ସାକ୍ଷୀଗୋପୀନାଥ ମନ୍ଦିରରେ ବହୁ ସଂଖ୍ୟାରେ
ସାକ୍ଷୀଗୋପୀନାଥ ମନ୍ଦିରରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ


ସାକ୍ଷୀଗୋପାଳ, ୨୪ ନଭେମ୍ବର (ହି.ସ.)- ପବିତ୍ର କାର୍ତିକ ପୂର୍ଣ୍ଣମୀ ତିଥିରେ ଆଜି ଭକ୍ତଙ୍କୁ ଲକ୍ଷ୍ମୀ ନାରାୟଣ ବେଶ ବା ସୁନାବେଶରେ ଦର୍ଶନ ଦେଇଛନ୍ତି ସାକ୍ଷୀଗୋପୀନାଥ । ଏହି ଅବସରରେ ରାଜ୍ୟର ଅନ୍ୟତମ ବୈଷ୍ଣବ କ୍ଷେତ୍ର ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ସ୍ଥିତ ସାକ୍ଷୀଗୋପୀନାଥ ମନ୍ଦିରରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଛି । ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଛି । ଭୋର୍ ରୁ ଆରମ୍ଭ କରି ଦିନତମାମ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ।

ପଚଂକର ଅନ୍ତିମ ଦିବସ କାର୍ତିକ ପୂର୍ଣ୍ଣମୀରେ ଶ୍ରଦ୍ଧାଳୁ ମାନେ ବୋଇତ ବନ୍ଦାଣ ଉତ୍ସବକୁ ମନେ ପକାଇ ଭୋରରୁ ବିଭିନ୍ନ ଗ୍ରାମ୍ୟ ପୁଷ୍କରିଣୀରେ ଡ଼ଙ୍ଗା ଭସାଇବା ସହ ମନ୍ଦିର ଦର୍ଶନରେ ଯାଇଥିଲେ । ମନ୍ଦିର ଦ୍ୱାରଫିଟା, ମଙ୍ଗଳ ଆଳତୀ, ବେଶ ମଇଲମ, ମର୍ଦ୍ଦନ, ଅବକାଶ, ବଲ୍ଲଭ, ସକାଳ ଧୂପ, ବାଳଧୂପ ଆଦି ନୀତି ଭୋର ୪ଟା ସୁଦ୍ଧା ସମ୍ପନ୍ନ ହୋଇଥିଲା । ସିଂହାରୀ ସେବକ ଠାକୁରଙ୍କୁ ଲକ୍ଷ୍ମୀନାରାୟଣ ବେଶ ବା ସୁନାବେଶରେ ସଜ୍ଜିତ କରିଥିଲେ । ଏହାପରେ ଦର୍ଶନ ଆରମ୍ଭ ହୋଇଥିଲା । ସାକ୍ଷୀଗୋପାଳ ଓ ମା’ ରାଧାରାଣୀଙ୍କୁ ପାଟ ପୀତାମ୍ବରୀ ବସ୍ତ୍ର ସହ ସୁବର୍ଣ୍ଣ ବଂଶୀ, କିରଟୀ, କୁଣ୍ଡଳ, ହୀରା ମୁଦ୍ରିକା, ନୋଥ, ଗୁଣା, ଚନ୍ଦନପାଟ୍ଟି, ପାଉଁଜି, ଖଡ଼ୁ ସହ ଅନ୍ୟାନ୍ୟ ସୁବର୍ଣ୍ଣ ଅଳଙ୍କାର ଲାଗି କରାଯାଇଥିଲା । ଏହି ଅବସରରେ ନଗର କୀର୍ତନ, ଶ୍ରଦ୍ଧାଳୁଙ୍କ ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଥିଲା ସମଗ୍ର ଅଂଚଳ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande