ତାଇୱାନରେ ଆୟୋଜିତ ଚତୁର୍ଥ ତାଇୱାନ୍–ଭାରତ ମିଳିତ ସମ୍ମିଳନୀରେ ବିକ୍ରମ ଦେବ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ସେନାପତିଙ୍କ ଅଂଶଗ୍ରହଣ
ଜୟପୁର, ୨୪ ନଭେମ୍ବର (ହି.ସ.)- ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁରର କୁଳପତି ପ୍ରଫେସର ହୃଷୀକେଶ ସେନାପତି ତାଇୱାନ୍ ର ତାଇପେଇଠାରେ ନଭେମ୍ବର ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଚତୁର୍ଥ ତାଇୱାନ୍–ଭାରତ ମିଳିତ ସମ୍ମିଳନୀରେ ଅଂଶଗ୍ରହଣ କରି ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ସହିତ ଓଡ଼ିଶାର ଉଚ୍ଚଶିକ୍ଷ
ତାଇୱାନ୍ରେ ଆୟୋଜିତ ଚତୁର୍ଥ ତାଇୱାନ୍–ଭାରତ ମିଳିତ ସମ୍ମିଳନୀରେ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ସେନାପତିଙ୍କ ଅଂଶଗ୍ରହଣ


ଜୟପୁର, ୨୪ ନଭେମ୍ବର (ହି.ସ.)- ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁରର କୁଳପତି ପ୍ରଫେସର ହୃଷୀକେଶ ସେନାପତି ତାଇୱାନ୍ ର ତାଇପେଇଠାରେ ନଭେମ୍ବର ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଚତୁର୍ଥ ତାଇୱାନ୍–ଭାରତ ମିଳିତ ସମ୍ମିଳନୀରେ ଅଂଶଗ୍ରହଣ କରି ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ସହିତ ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରକୁ ଆନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିଛନ୍ତି।

“ଇଣ୍ଟେଜରଟିଙ୍ଗ ସିଷ୍ଟିମ ଆଣ୍ଡ ସୋସିଆଲ ସଇନ୍ସସ ” ବିଷୟବସ୍ତୁକୁ ଆଧାର କରି ଆୟୋଜିତ ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ବହୁବିଷୟକ ଶିକ୍ଷା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, କଳା, ଗଣିତ ଓ ସାମାଜିକ ବିଜ୍ଞାନର ସମନ୍ୱୟ ତଥା ଶିକ୍ଷାର ନୂତନ ଦିଗ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଏହି ସମ୍ମିଳନୀର ପ୍ରଥମ ଅଧିବେଶନ ” ରେ ପ୍ରଫେସର ସେନାପତି ନିଜର ବିଷୟ ଉପସ୍ଥାପନ କରିଥିଲେ। ଏଥିରେ ଭାରତୀୟ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ଶିକ୍ଷକମାନଙ୍କର ବୃତ୍ତିଗତ ବିକାଶ, ମୂଲ୍ୟାୟନ ପ୍ରଣାଳୀରେ ସଂସ୍କାର ଏବଂ ଗୁଣାତ୍ମକ ଶିକ୍ଷାର ଭବିଷ୍ୟତ ସମ୍ପର୍କରେ ଆଲୋକପାତ କରାଯାଇଥିଲା।

ଏହି ସମ୍ମିଳନୀ ତାଇୱାନ୍ ରେ ଆୟୋଜିତ ହୋଇଥିବାବେଳେ

ଏହି ଅନ୍ତର୍ଜାତୀୟ ମଞ୍ଚରେ ପ୍ରଫେସର ସେନାପତିଙ୍କ ଅଂଶଗ୍ରହଣ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ଓ ଗବେଷଣାମୂଳକ ଗତିବିଧିକୁ ଆନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ସହିତ ଭାରତ ଓ ତାଇୱାନ୍ ମଧ୍ୟରେ ଶିକ୍ଷା, ଗବେଷଣା ଓ ଜ୍ଞାନ ଆଦାନପ୍ରଦାନର ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପରିବାର ଏହି ଆନ୍ତର୍ଜାତୀୟ ଶୈକ୍ଷିକ ଉପଲବ୍ଧି ପାଇଁ କୁଳପତି ପ୍ରଫେସର ହୃଷୀକେଶ ସେନାପତିଙ୍କୁ ଅଭିନନ୍ଦନ ଜଣାଇଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande