
ଭୁବନେଶ୍ୱର, 24 ନଭେମ୍ବର (ହି.ସ.)- ଲାଚିତ ବୋରଫୁକନଙ୍କ ଜୟନ୍ତୀରେ ତାଙ୍କ ସ୍ମୃତିଚାରଣ
କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଏକ୍ସ ହ୍ୟାଣ୍ଡେଲରେ ମୁଖ୍ୟମନ୍ତ୍ରୀ
ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ମହାନ ସ୍ୱାଧୀନତା ସଂଗ୍ରାମୀ ଓ ଅଦମ୍ୟ ସାହସର ପ୍ରତୀକ
ଲାଚିତ ବୋରଫୁକନଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ। ତାଙ୍କର ଅଦମ୍ୟ ଆତ୍ମବଳ ଓ ଦେଶପ୍ରେମ ସଦା
ସର୍ବଦା ଆମ ପାଇଁ ସ୍ମରଣୀୟ ହୋଇ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା