
ଭୁବନେଶ୍ୱର, 24 ନଭେମ୍ବର (ହି.ସ.)- ଗୁରୁ ନାନକ ଦେବଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ଦୁଇ
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତି ପରିଡା । ଏହି ଅବସରରେ ଏକ୍ସ
ହ୍ୟାଣ୍ଡେଲରେ କନକ ବର୍ଦ୍ଧନ ସିଂହଦେଓ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ପବିତ୍ର ଗୁରୁ
ନାନକ ଜୟନ୍ତୀ ଅବସରରେ ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ପ୍ରତି ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି।
ସେ କହିଛନ୍ତି ଯେ, ସମାନତା, କରୁଣା, ନିଃସ୍ୱାର୍ଥ ସେବା ଓ ସାର୍ବଜନୀନ ଭାଇଚାରା ସମ୍ପର୍କିତ ତାଙ୍କର
ଚିରନ୍ତନ ଶିକ୍ଷା ଆଜି ମଧ୍ୟ ମାନବତାକୁ ଆଲୋକିତ ପଥ ଦେଖାଉଛି। ସତ୍ୟ, ନମ୍ରତା ଓ ଭକ୍ତିର
ତାଙ୍କର ବାର୍ତ୍ତା ସଦ୍ଭାବନା ଓ ପାରସ୍ପରିକ ସମ୍ମାନ ଉପରେ ଆଧାରିତ ସମାଜ ଗଠନ ପାଇଁ ସର୍ବଦା
ଏକ ମାର୍ଗଦର୍ଶକ ହୋଇ ରହିବ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏକ ବାର୍ତ୍ତାରେ କହିଛନ୍ତି ଯେ, ଶ୍ରୀ
ଗୁରୁ ନାନକ ଦେବ ଜୀଙ୍କ ପ୍ରକାଶ ପର୍ବ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା