
ଭୁବନେଶ୍ୱର, ୨୪ ନଭେମ୍ବର (ହି.ସ.) : ଶିଖ୍ ପନ୍ଥର ପ୍ରତିଷ୍ଠାତା ତଥା ପ୍ରଥମ
ଗୁରୁ ଶ୍ରୀ ଗୁରୁ ନାନକ ଦେବଜୀ ମହାରାଜଙ୍କ ପ୍ରକାଶ ପର୍ବ (ଗୁରୁ ନାନକ ଜୟନ୍ତୀ) ଅବସରରେ
ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।
ସୋସିଆଲ ମିଡିଆରେ ସେ
କହିଛନ୍ତି ଯେ, ଗୁରୁ ନାନକ
ଦେବଜୀଙ୍କ ସେବା ଓ ମାନବତାର ମହାନ ଶିକ୍ଷା ସମାଜକୁ ସର୍ବଦା ଏକତାର ମାର୍ଗରେ ଆଗେଇ ନେବାକୁ
ପ୍ରେରଣା ଯୋଗାଉଥିବ। ତାଙ୍କର ଆଦର୍ଶ ଓ ମାନବବାଦୀ ବାଣୀ ସମାଜରେ ଭାଇଚାରା, ସଦ୍ଭାବ ଓ ସେବା
ମନୋଭାବକୁ ସୁଦୃଢ଼ କରିବାରେ ସର୍ବଦା ପ୍ରେରଣାଦାୟୀ ହୋଇ ରହିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା