
ଭୁବନେଶ୍ୱର, ୨୪ ନଭେମ୍ବର (ହି.ସ.) : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ଦେବ
ଦୀପାବଳି ଅବସରରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା
ଓ ଅଭିନନ୍ଦନ ଜଣାଇଛନ୍ତି।
ସୋସିଆଲ ମିଡିଆରେ ଏକ ଶୁଭେଚ୍ଛା ବାର୍ତ୍ତା ଜରିଆରେ ଶ୍ରୀ ପ୍ରଧାନ
କହିଛନ୍ତି ଯେ, ଏହି ପବିତ୍ର ପର୍ବ
ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ଖୁସି
ଭରିଦେଉ। ଏହି ଶୁଭ ଅବସରରେ ସମସ୍ତଙ୍କ ମଙ୍ଗଳ ଓ ଉନ୍ନତି କାମନା କରିଛନ୍ତି ସେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା