
ଭୁବନେଶ୍ୱର, ୨୪ ନଭେମ୍ବର (ହି.ସ.) : ପବିତ୍ର ଗୁରୁ ନାନକ ଜୟନ୍ତୀ ଅବସରରେ
ରାଜ୍ୟପାଳ ଡ. ବ୍ରଜମୋହନ ରାମ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।
ସୋସିଆଲ ମିଡିଆରେ ଏକ ଶୁଭେଚ୍ଛା ବାର୍ତ୍ତା ଦେଇ ରାଜ୍ୟପାଳ କହିଛନ୍ତି
ଯେ, ଶ୍ରୀ ଗୁରୁ ନାନକ
ଦେବଜୀଙ୍କ ମହାନ ଶିକ୍ଷା ଆମ ସମସ୍ତଙ୍କୁ ଶାନ୍ତି, ସଦ୍ଭାବ, ସମାନତା ଓ କରୁଣାର ମାର୍ଗରେ ଆଗେଇ ଯିବାକୁ ପ୍ରେରଣା ଯୋଗାଉ। ଗୁରୁ
ନାନକ ଦେବଜୀଙ୍କ ମାନବତାବାଦୀ ଆଦର୍ଶ ଓ ମହାନ ବାଣୀ ସମାଜରେ ଭାଇଚାରା ଏବଂ ସାମାଜିକ ସଦ୍ଭାବକୁ
ଅଧିକ ସୁଦୃଢ଼ କରିବାରେ ପ୍ରେରଣାଦାୟୀ ହେଉ ବୋଲି ସେ କାମନା କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା