
ଭୁବନେଶ୍ୱର, ୨୪ ନଭେମ୍ବର (ହି.ସ.) : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ
ବନ୍ଦାଣ ଅବସରରେ ରାଜ୍ୟପାଳ ଡ. ବ୍ରଜମୋହନ ରାମ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା
ଜଣାଇଛନ୍ତି।
ସୋସିଆଲ ମିଡିଆରେ
ରାଜ୍ୟପାଳ କହିଛନ୍ତି ଯେ, କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଓଡ଼ିଶାର ଗୌରବମୟ ଇତିହାସ, ସମୃଦ୍ଧ କଳା ଓ
ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ସ୍ମୃତି ବହନ କରେ। ଏହି ପବିତ୍ର ଅବସରରେ ସେ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ମଙ୍ଗଳ
କାମନା କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା