କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ନେଇ ଜୟପୁର ସହର ଉତ୍ସବ ମୁଖର
ଜୟପୁର, ୨୪ ନଭେମ୍ବର (ହି.ସ.)- କୋରାପୁଟ ଜିଲାର ଜୟପୁର ଅଞ୍ଚଳ କାର୍ତ୍ତିକ ପୂର୍ଣ୍ଣିମା ସହ ବୋଇତ ବନ୍ଦାଣ ଉତ୍ସବ ପାଇଁ ଉତ୍ସବ ମୁଖର ହୋଇଛି । ହରି ନାମ ସହ ମନ୍ଦିର ଗୁଡିକ ଆଲୋକ ମାଳାରେ ସଜ୍ଜିତ ହୋଇଛି । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ନେଇ ମଙ୍ଗଳବାର ସହର ସାରା ସଂକୀର୍ତ୍ତନ ମଣ୍ଡଳୀ ଦେଖିବାକ
କାର୍ତ୍ତିକ ପୂର୍ଣ୍ଣିମା  ଓ  ବୋଇତ ବନ୍ଦାଣ ଉତ୍ସବ ନେଇ ଜୟପୁର ସହର ଉତ୍ସବ ମୁଖର


କାର୍ତ୍ତିକ ପୂର୍ଣ୍ଣିମା  ଓ  ବୋଇତ ବନ୍ଦାଣ ଉତ୍ସବ ନେଇ ଜୟପୁର ସହର ଉତ୍ସବ ମୁଖର


ଜୟପୁର, ୨୪ ନଭେମ୍ବର (ହି.ସ.)- କୋରାପୁଟ ଜିଲାର ଜୟପୁର ଅଞ୍ଚଳ କାର୍ତ୍ତିକ ପୂର୍ଣ୍ଣିମା ସହ ବୋଇତ ବନ୍ଦାଣ ଉତ୍ସବ ପାଇଁ ଉତ୍ସବ ମୁଖର ହୋଇଛି । ହରି ନାମ ସହ ମନ୍ଦିର ଗୁଡିକ ଆଲୋକ ମାଳାରେ ସଜ୍ଜିତ ହୋଇଛି । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ନେଇ ମଙ୍ଗଳବାର ସହର ସାରା ସଂକୀର୍ତ୍ତନ ମଣ୍ଡଳୀ ଦେଖିବାକୁ ମିଳିଥିଲା । ଭୋର୍ ୩ ଟା ସମୟରୁ ବିଭିନ୍ନ ସାହି ଗୁଡ଼ିକରେ ରହିଥିବା ସଂକୀର୍ତ୍ତନ ମଣ୍ଡଳୀ ଭିନ୍ନ ଭିନ୍ନ ମନ୍ଦିର ପରିସରରେ ରାମ ନାମ ନେଇ ବୁଲୁଥିବା ବେଳେ ଆଖପାଖ ଗାଁ ଗହଳିରୁ ମଧ୍ୟ ସଂକୀର୍ତ୍ତନ ମଣ୍ଡଳୀମାନେ ଜୟପୁର ସହରକୁ ଆସିଥିବା ଲକ୍ଷ୍ୟ କରାଯାଇଥିଲା । ଏହି ଅବସରରେ ସହରର ସମସ୍ତ ମନ୍ଦିର ଗୁଡ଼ିକ ଲୋକାରଣ୍ୟ ରହିଥିଲା । ବିଶେଷ କରି ଜୟପୁରର ଜଗନ୍ନାଥ ମନ୍ଦିର, ବଲ୍ଲଭ ନାରାୟଣ ମନ୍ଦିର, ରଘୁନାଥ ମନ୍ଦିର, ଗୀତା ଭବନ, ବାଲାଜି ମନ୍ଦିର, ପଞ୍ଚାନନ ମନ୍ଦିର, କୁଞ୍ଜବିହାରି ମନ୍ଦିର, ଚୈତନ୍ୟ ମନ୍ଦିର, ପଞ୍ଚାନନ ମନ୍ଦିର, ବାବା ବୈଦ୍ୟନାଥ ମନ୍ଦିର, ମଙ୍ଗଳା ମନ୍ଦିର, ଲକ୍ଷ୍ମୀ ନୃସିଂହ ମନ୍ଦିର, ନିଳକଣ୍ଠେଶ୍ୱର ମନ୍ଦିର, ଗଣେଷ ମନ୍ଦିରରେ ପ୍ରବଳ ଭିଡ ଦେଖାଦେଇଥିଲା । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ମହିଳା ମାନେ ମଧ୍ୟ ସଂକୀର୍ତ୍ତନରେ ଭାଗ ନେଇଥିଲେ । ମନ୍ଦିର ମାନଙ୍କରେ ଭକ୍ତ ଭିଡ ଦେଖି ପୋଲିସ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ହବିଷ୍ୟାଳି ମାନେ ହାତିଶାଳରେ ଭୋଜି କରିଥିଲେ ।

ସେହିପରି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ମଙ୍ଗଳବାର ଜୟପୁର ଠାରେ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳିତ ହୋଇଛି । ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ଭୋରରୁ ହାତରେ କଦଳୀ ମଞ୍ଜାରେ ନିର୍ମିତ ଛୋଟ ଛୋଟ ବୋଇତ ଧରି ଜୟପୁର ସ୍ଥିତ ଐତିହାସିକ ଜଗନ୍ନାଥ ସାଗର, ଖଜୁରି ବନ୍ଧ ଠାରେ ବୋଇତ ବନ୍ଦାଣ କରିଥିଲେ । ବୋଇତ ଗୁଡାକରେ ଗେଣ୍ଡୁଫୁଲ ସହ ପାନପତ୍ର ଗୁଆ ପାଣିରେ ଭସାଇଥିଲେ । ବିଶେଷ କରି ଛୋଟ ପିଲା ଓ ମହିଳା ମାନଙ୍କ ମଧ୍ୟରେ ବୋଇତ ବନ୍ଦାଣକୁ ନେଇ ବେଶ୍ ଆଗ୍ରହ ପରିଲିକ୍ଷିତ ହୋଇଥିଲା । ଜୟପୁରର ଜଗନ୍ନାଥ ସାଗରରେ ଓ ଖଜୁରି ବନ୍ଧ ପୋଖରି ନିକଟରେ ବାଣ ଫୁଟାଇ ପିତୃ ପୁରଷଙ୍କୁ ଅର୍ପଣ କରିଥିଲେ । ଆ କା ମା ବୈ ପାନ ଗୁଆ ଖାଇ ପାନଗୁଆ ତୋର ମାସକର ଧର୍ମ ମୋର କହି ହବିଷ୍ୟାଳି ମାନେ ଉଚ୍ଚାରଣ କରିବାରୁ ସାଗର ତଟ ମୁଖରତି ହୋଇ ପଡିଥିଲା । ବାଣ ଫୁଟାଇ ଲୋକମାନେ ଆନନ୍ଦ ଉଲ୍ଲାସରେ ବୋଇତ ବନ୍ଦାଣ ଉତ୍ସବ ପାଳନ କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ ହୋଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande