ଲାଚିତ ବରଫୁକନଙ୍କ ଜୟନ୍ତୀରେ ତାଙ୍କ ସ୍ମରଣ କଲେ କେଭି ସିଂହଦେଓ
ଭୁବନେଶ୍ୱର, 24 ନଭେମ୍ବର (ହି.ସ.)- ଲାଚିତ ବରଫୁକନଙ୍କ ଜୟନ୍ତୀରେ ତାଙ୍କ ସ୍ମୃତିଚାରଣ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏହି ଅବସରରେ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି କନକ ବର୍ଦ୍ଧନ କହିଛନ୍ତି ଯେ, ମହାନ ଅହୋମ ସେନାପତି ଲାଚିତ ବରଫୁକନଙ୍କ ଜୟନ୍ତୀ
ଲାଚିତ ବରଫୁକନ


ଭୁବନେଶ୍ୱର, 24 ନଭେମ୍ବର (ହି.ସ.)- ଲାଚିତ ବରଫୁକନଙ୍କ ଜୟନ୍ତୀରେ ତାଙ୍କ ସ୍ମୃତିଚାରଣ

କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏହି ଅବସରରେ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା

ଜାରି କରି କନକ ବର୍ଦ୍ଧନ କହିଛନ୍ତି ଯେ, ମହାନ ଅହୋମ ସେନାପତି ଲାଚିତ ବରଫୁକନଙ୍କ ଜୟନ୍ତୀ

ଅବସରରେ ଏହି ବୀର ଯୋଦ୍ଧାଙ୍କ ପ୍ରତି ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି।

ସେ କହିଛନ୍ତି ଯେ, ତାଙ୍କର ଅସାଧାରଣ ସାମରିକ ନେତୃତ୍ୱ ଓ ରଣନୈତିକ

ଦକ୍ଷତା ଆସାମର ସୁରକ୍ଷା କରିଥିଲା। ତାଙ୍କର ସାହସ, କର୍ତ୍ତବ୍ୟ ପ୍ରତି ଅବିଚଳ ନିଷ୍ଠା ଓ ମାତୃଭୂମି ପ୍ରତି ସମର୍ପଣ

ଭାରତୀୟ ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଦେଶପ୍ରେମ ଓ ବଳିଦାନର ଆଦର୍ଶ

ଦ୍ୱାରା ତାଙ୍କର ଜୀବନୀ ଆଜି ମଧ୍ୟ ପିଢ଼ି ପରେ ପିଢ଼ିକୁ ପ୍ରେରଣା ଯୋଗାଇ ଆସୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande