ଐତିହାସିକ 'ବାଲିଯାତ୍ରା'ର ଶୁଭକାମନା ଜଣାଇଲେ ବିଭିନ୍ନ ମନ୍ତ୍ରୀ
ଭୁବନେଶ୍ୱର, 24 ନଭେମ୍ବର (ହି.ସ.)- ରାଜ୍ୟବାସୀଙ୍କୁ ଐତିହାସିକ ''ବାଲିଯାତ୍ରା''ର ଶୁଭକାମନା ଜଣାଇଛନ୍ତି ବିଭିନ୍ନ ମନ୍ତ୍ରୀ । ଏହି ଅବସରରେ ଏକ୍ସ ହ୍ୟାଣ୍ଡେଲରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଆମ ଗୌରବମୟ ନୌବାଣିଜ୍ୟ ପରମ୍ପର
ବାଲିଯାତ୍ରା


ଭୁବନେଶ୍ୱର, 24 ନଭେମ୍ବର (ହି.ସ.)- ରାଜ୍ୟବାସୀଙ୍କୁ ଐତିହାସିକ 'ବାଲିଯାତ୍ରା'ର ଶୁଭକାମନା ଜଣାଇଛନ୍ତି

ବିଭିନ୍ନ ମନ୍ତ୍ରୀ । ଏହି ଅବସରରେ ଏକ୍ସ ହ୍ୟାଣ୍ଡେଲରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ

ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ଆମ ଗୌରବମୟ ନୌବାଣିଜ୍ୟ ପରମ୍ପରାର ଅନନ୍ୟ ଅଙ୍ଗ, ଏସିଆର ସର୍ବ ବୃହତ

ମୁକ୍ତାକାଶ ବାଣିଜ୍ୟ ମେଳା ଐତିହାସିକ 'ବାଲିଯାତ୍ରା' ଉପଲକ୍ଷେ

ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଆମ ପୂର୍ବପୁରୁଷଙ୍କ ସାହସ, ସାମୁଦ୍ରିକ ଦକ୍ଷତା

ଓ ସମୃଦ୍ଧ ଐତିହ୍ୟର ସ୍ମୃତି ବହନ କରୁଥିବା ଏହି ମହୋତ୍ସବ ଓଡ଼ିଆ ଅସ୍ମିତା ଓ ସଂସ୍କୃତିର

ଗର୍ବକୁ ବିଶ୍ୱଦରବାରରେ ପ୍ରତିଫଳିତ କରୁଛି।

ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏକ ବାର୍ତ୍ତାରେ

କହିଛନ୍ତି ଯେ, କଥା ଐତିହ୍ୟର,

ଗାଥା ବାଣିଜ୍ୟର...

ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା ଓ ଗୌରବମୟ ଇତିହାସର ମହାନ ପର୍ବ ଐତିହାସିକ ବାଲିଯାତ୍ରା

ଉପଲକ୍ଷେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ମହାନ ଉତ୍ସବ ସମସ୍ତଙ୍କ ଜୀବନରେ

ସୁଖ, ଶାନ୍ତି ଓ ସମୃଦ୍ଧି

ଭରିଦେଉ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande