
ଭୁବନେଶ୍ୱର, 24 ନଭେମ୍ବର (ହି.ସ.)- ରାଜ୍ୟବାସୀଙ୍କୁ କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ
ବନ୍ଦାଣର ଶୁଭେଚ୍ଛା ଜଣାଇଛନ୍ତି ବିଭିନ୍ନ ମନ୍ତ୍ରୀ । ଏହି ଅବସରରେ ଏକ୍ସ ହ୍ୟାଣ୍ଡେଲରେ
ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ପବିତ୍ର
କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି l
ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏକ ବାର୍ତ୍ତା ଜାରି କରି
କହିଛନ୍ତି ଯେ, ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ଅବସରରେ ସମସ୍ତ
ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
‘ଆ କା ମା ବୈ, ପାନ ଗୁଆ ଥୋଇ...’
ର ଏହି ପବିତ୍ର ଧ୍ୱନି ଆମର ଗୌରବମୟ ନୌବାଣିଜ୍ୟ ପରମ୍ପରା ଓ ସମୃଦ୍ଧ ସାଂସ୍କୃତିକ ଐତିହ୍ୟର
ପ୍ରତୀକ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ଉତ୍ତମ
ସ୍ୱାସ୍ଥ୍ୟ ଭରିଯାଉ, ଏହା ହିଁ କାମନା।
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ବାର୍ତ୍ତା ଜାରି କରି
କହିଛନ୍ତି ଯେ, ଓଡ଼ିଆ ଜାତିର ଗୌରବମୟ ସାମୁଦ୍ରିକ ଐତିହ୍ୟ, ପରମ୍ପରା ଓ ଅସୀମ ଆଧ୍ୟାତ୍ମିକ ଭାବନାର ପ୍ରତୀକ
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତଥା ବୋଇତ ବନ୍ଦାଣ ଅବସରରେ ରାଜ୍ୟବାସୀଙ୍କୁ ମୋର ହାର୍ଦ୍ଦିକ
ଶୁଭେଚ୍ଛା ଓ ଅଭିନନ୍ଦନ। ଆମ ପୂର୍ବପୁରୁଷଙ୍କ ସାହସ, ନୌବାଣିଜ୍ୟର ସମୃଦ୍ଧ ଇତିହାସ ଓ ଗୌରବମୟ ଉତ୍କଳୀୟ ପରମ୍ପରାକୁ ସ୍ମରଣ
କରିବାର ଏହି ପବିତ୍ର ଅବସର ଆମ ସମସ୍ତଙ୍କ ମନରେ ନୂତନ ଆଶା, ଉତ୍ସାହ ଓ ସମୃଦ୍ଧିର ସଂକଳ୍ପ ଭରିଦେଉ। ମହାପ୍ରଭୁ
ଶ୍ରୀଜଗନ୍ନାଥଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳମୟ ହେଉ। ଜୟ ଜଗନ୍ନାଥ !
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା