
ଭୁବନେଶ୍ୱର, ୨୪ ନଭେମ୍ବର (ହି.ସ.) : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ
ବନ୍ଦାଣ ଅବସରରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା
ଜଣାଇଛନ୍ତି।
ସୋସିଆଲ ମିଡିଆରେ
ନବୀନ କହିଛନ୍ତି ଯେ,
ଓଡ଼ିଶାର ଗୌରବମୟ
ନୌବାଣିଜ୍ୟ ପରମ୍ପରା ଓ ଐତିହାସିକ ଗାଥାକୁ ସ୍ମରଣ କରି ରାଜ୍ୟର ପ୍ରଗତି ଓ ସମୃଦ୍ଧି ପାଇଁ
ସମସ୍ତେ ଏକଜୁଟ ହୋଇ ଆଗକୁ ବଢ଼ିବା ଉଚିତ। ଏକତା ଓ ସାମୂହିକ ପ୍ରୟାସ ମାଧ୍ୟମରେ ଓଡ଼ିଶାର
ବିକାଶକୁ ଆଗେଇ ନେବାକୁ ସେ ଆହ୍ୱାନ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା