ଦୟା ନଦୀ କଳିଙ୍ଗ ଘାଟରେ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେଲେ ବାଚସ୍ପତି ଓ ବିଧାୟକ
ଭୁବନେଶ୍ୱର, 24 ନଭେମ୍ବର (ହି.ସ.)-ଭୁବନେଶ୍ୱର ଧଉଳି ସ୍ଥିତ ଭୈରଙ୍ଗେଶ୍ୱର ମନ୍ଦିର ନିକଟସ୍ଥ ଦୟା ନଦୀ କଳିଙ୍ଗ ଘାଟରେ ଏକାମ୍ର ଗ୍ରାମୀଣ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ ଓ ଏକାମ୍ର ବିଧାୟକ ବାବୁ ସ
ଦୟା ନଦୀ କଳିଙ୍ଗ ଘାଟରେ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେଲେ     ବାଚସ୍ପତି ଓ ବିଧାୟକ


ଭୁବନେଶ୍ୱର, 24 ନଭେମ୍ବର (ହି.ସ.)-ଭୁବନେଶ୍ୱର ଧଉଳି

ସ୍ଥିତ ଭୈରଙ୍ଗେଶ୍ୱର ମନ୍ଦିର ନିକଟସ୍ଥ ଦୟା ନଦୀ କଳିଙ୍ଗ ଘାଟରେ ଏକାମ୍ର ଗ୍ରାମୀଣ ସାଂସ୍କୃତିକ

ପରିଷଦ ପକ୍ଷରୁ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ ଓ

ଏକାମ୍ର ବିଧାୟକ ବାବୁ ସିଂ। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ କଳିଙ୍ଗ ଘାଟରେ ଡ଼ଙ୍ଗା ଭସାଇବା

ସହ ଓଡିଶାର ଏହି ଐତିହ୍ୟକୁ ମନେ ପକାଇଛନ୍ତି ବାଚସ୍ପତି। ଏହି ସମୟରେ ଡ଼ଙ୍ଗାରେ ବସିବା ସହ ପିଲା

ଦିନ ସ୍ମୃତିକୁ ମନେ ପକାଇଛନ୍ତି ବାଚସ୍ପତି।

ଓଡିଶାର ଇତିହାସ ସହ ଜଡ଼ିତ ରହିଛି ନୌବାଣିଜ୍ୟ। ପ୍ରାଚୀନ କାଳରେ

ଓଡ଼ିଶାର ସାଧବପୁଅମାନେ ବୋଇତରେ ବସି ବାଣିଜ୍ୟ ପାଇଁ ଦୂରଦେଶକୁ ଯାତ୍ରା କରୁଥିଲେ। ଇଣ୍ଡୋନେସିଆ, ବାଲି, ଜାଭା, ସୁମାତ୍ରା, ଶ୍ରୀଲଙ୍କା ଭଳି

ଦୂରଦେଶ ସହ ଓଡ଼ିଶାର ବାଣିଜ୍ୟିକ ସମ୍ପର୍କ ରହିଥିବା ଐତିହାସିକ ପରମ୍ପରା ରହିଛି। ସେହି

ସାଧବମାନଙ୍କ ସାହସ, ପରିଶ୍ରମ ଓ ସମୁଦ୍ର

ଯାତ୍ରାକୁ ସ୍ମରଣ କରି କାର୍ତ୍ତିକ ପୂର୍ଣ୍ଣିମାର ଏହି ପରମ୍ପରାକୁ ଆମେ ଆଗ ପିଢ଼ିକୁ ବଢ଼ାଉଥିବା

କହିଛନ୍ତି ବାବୁ ସିଂହ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ସୁଲଚନା ଦାସ, ସଂଗ୍ରାମ ପାଇକରାୟ, ବରିଷ୍ଠ ସାମ୍ବାଦିକ

ପ୍ରଦ୍ୟୁମ୍ନ ଶତପଥି, ଏକାଧିକ କର୍ପୋରେଟର

ଓ ଏକାଧିକ ରାଜନେତା ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ସାମାଜିକ କାର୍ଯ୍ୟରେ ଲିପ୍ତ ବରିଷ୍ଠ

ବ୍ୟକ୍ତିତ୍ୱ ଓ ସାମାଜିକ ସଂଗଠନକୁ ସମ୍ମାନିତ କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande