
ମାଲକାନଗିରି , ୨୫ ନଭେମ୍ବର (ହି.ସ.) - ମାଲକାନଗିରି ସହର ର ଲାଠିଆଗୁଡା ସ୍ଥିତ ଜିଲ୍ଲା ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଆଜି ଏକ ଭବ୍ୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି। ପ୍ରଥମେ ବିଜୁ ଜନତା ଦଳ ର ସମସ୍ତ ନେତୃବୃନ୍ଦ ଓ ବିଜେଡି କର୍ମକର୍ତା ବେଣ୍ଡ ବାଜା ବଜେଇ ,ବାଣ ଫୁଟେଇ ନବୀନ ପଟ୍ଟନାୟକଙ୍କ ଜୟ ଗାନ କରି ସହର ପରିକ୍ରମା କରି ଜିଲ୍ଲା ବିଜୁ ଯୁବ ଜନତା ଦଳ, ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ର ନୂତନ କମିଟି ସମସ୍ତ ପଦାଧିକାରୀଙ୍କୁ ଏହି ଅବସରରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସଭାରେ ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ନେଇ ଗଭୀର ଆଲୋଚନା ହୋଇଛି। ବୁଥ୍ ସ୍ତରରୁ ଆରମ୍ଭ କରି ପଂଚାୟତ ସ୍ତର ପର୍ଯ୍ୟନ୍ତ ସଙ୍ଗଠନକୁ କିପରି ଆହୁରି ମଜବୁତ୍ କରାଯିବ, ସେ ନେଇ ନୂତନ ଟିମ୍ କୁ ସ୍ପଷ୍ଟ ଦାୟିତ୍ୱ ଦିଆଯାଇଛି। ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ, ବିଜେଡି ରାଜ୍ୟ ସମ୍ପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ ,ଜିଲ୍ଲା ପାରିଷଦ ଅଧ୍ୟକ୍ଷା ତଥା ଜିଲ୍ଲା ବିଜୁ ମହିଳା ସଭାନେତ୍ରୀ ସମାରି ତଙ୍ଗୁଲ ,ବିଜୁ ରାଜ୍ୟ ମହିଳା ସମ୍ପାଦିକା ଲକ୍ଷ୍ମୀ ପ୍ରିୟା ନାୟକ , ବିଜେଡି ଜିଲ୍ଲା ଯୁବ ସଭାପତି ଶ୍ରୀନିବାସ ମୁଦୁଲି ଓ ବିଜେଡି ଜିଲ୍ଲା ଛାତ୍ର ସଭାପତି ସୁବ୍ରତ କୁମାର ଦାସ କହିଛନ୍ତି ଯେ, ଆଜିର ସମ୍ବର୍ଦ୍ଧନା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ଏହା ଆଗାମୀ ପଂଚାୟତ ନିର୍ବାଚନ ପାଇଁ ଆମର ଶଙ୍ଖନାଦ। ମାଲକାନଗିରିର ପ୍ରତ୍ୟେକ ଗାଁ, ପ୍ରତ୍ୟେକ ପଂଚାୟତରେ ବିଜେଡିର ବିଜୟ ପତାକା ଉଡିବ। ଯୁବ ଶକ୍ତି, ଛାତ୍ର ଶକ୍ତି ଓ ମହିଳା ଶକ୍ତି ଏକାଠି ହେଲେ କୌଣସି ଶକ୍ତି ଆମକୁ ଅଟକାଇ ପାରିବ ନାହିଁ । ସଭାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି କୃତଜ୍ଞତା ଜଣାଇ ଧନ୍ୟବାଦ ଅର୍ପଣ କରାଯାଇଛି। ତାଙ୍କ ବିକାଶ ଓ ସେବାର ଆଦର୍ଶକୁ ଘରେ ଘରେ ପହଂଚାଇବାକୁ ସମସ୍ତେ ସଂକଳ୍ପ ନେଇଛନ୍ତି। ଆଜିର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସଂଖ୍ୟାଲଘୁ ସେଲ୍ ସଭାପତି ରାଜେନ୍ଦ୍ର ଖସଲା, ବିଜେଡି ବରିଷ୍ଠ ନେତା ପ୍ରଫୁଲ ପଣ୍ଡା ,ବରିଷ୍ଠ ନେତା ବିଶ୍ୱନାଥ ରେଡ୍ଡୀ , ରାଜ୍ୟ ଯୁବ ସମ୍ପାଦକ ରବି ରାଜେଶ, ଜିଲ୍ଲା ସମ୍ପାଦକ କେ ରାହୁଲ , ଜିଲ୍ଲା ସମ୍ପାଦକ କଂଟେସ ପୋଟଲା , ମହିଳା ନେତ୍ରୀ ପ୍ରଶାନ୍ତି ଲତା ବିଶୋଇ, ପୌର ପରିଷଦ ଉପାଧ୍ୟକ୍ଷା କବିତା ମହନ୍ତ ,ବିଜୁ ଜନତା ଦଳ ର ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ,ବିଜୁ ଜନତା ଦଳର ସମସ୍ତ ବ୍ଲକ ଅଧ୍ୟକ୍ଷ ,ଅଧ୍ୟକ୍ଷା ,ସମସ୍ତ ବ୍ଲକ ସଭାପତି ,ପୌର ପରିଷଦ ଅଧ୍ୟକ୍ଷ ,ବାଲିମେଳା ନଗର ସଭାପତି, ବିଜୁ ଜନତା ଦଳର ସମସ୍ତ ବରିଷ୍ଠ ନେତା ଓ କର୍ମକର୍ତା ସମସ୍ତ ସରପଂଚ, ସମିତି ସଭ୍ୟ ଓ ଶତାଧିକ କର୍ମୀ ଉପସ୍ଥିତ ଥିଲେ । ବରିଷ୍ଠ ନେତା ତଥା ମାଲକାନଗିରି ବ୍ଲକ ସଭାପତି ସର୍ବ କୁମାର ବିଶୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ