କାର୍ତ୍ତିଗାଇ ଦୀପମ୍କୁ ନେଇ ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ନେଇ ବିଜୟ ସରକାରଙ୍କ ବିରୋଧରେ ବିଜେପିର ଅଭିଯୋଗ
ନୂଆଦିଲ୍ଲୀ, ୨୫ ନଭେମ୍ବର (ହି.ସ.)। କାର୍ତ୍ତିଗାଇ ଦୀପମ୍ ପର୍ବ ଅବସରରେ ଦୀପ ପ୍ରଜ୍ଜ୍ୱଳନ ପାଇଁ ଅନୁମତି ନଦେବା ଘଟଣାକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ତାମିଲନାଡୁର ତାମିଲଗା ଭେତ୍ରି କଝଗମ୍ (ଟିଭିକେ) ନେତୃତ୍ୱାଧୀନ ସି. ଜୋସେଫ ବିଜୟଙ୍କ ସରକାର, କଂଗ୍ରେସ ଏବଂ ଇଣ୍ଡି ମେଣ୍ଟକୁ କଡ଼ା ସମାଲୋଚ
डॉ सुधांशु त्रिवेदी, भाजपा सांसद


ନୂଆଦିଲ୍ଲୀ, ୨୫ ନଭେମ୍ବର (ହି.ସ.)। କାର୍ତ୍ତିଗାଇ ଦୀପମ୍ ପର୍ବ ଅବସରରେ ଦୀପ ପ୍ରଜ୍ଜ୍ୱଳନ ପାଇଁ ଅନୁମତି ନଦେବା ଘଟଣାକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ତାମିଲନାଡୁର ତାମିଲଗା ଭେତ୍ରି କଝଗମ୍ (ଟିଭିକେ) ନେତୃତ୍ୱାଧୀନ ସି. ଜୋସେଫ ବିଜୟଙ୍କ ସରକାର, କଂଗ୍ରେସ ଏବଂ ଇଣ୍ଡି ମେଣ୍ଟକୁ କଡ଼ା ସମାଲୋଚନା କରିଛି। ବିଜେପି ଅଭିଯୋଗ କରିଛି ଯେ, ତାମିଲନାଡୁ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଜାଣିଶୁଣି ପାଳନ କରିନାହାନ୍ତି ଏବଂ ଭାରତୀୟ ସଂସ୍କୃତି ଓ ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛନ୍ତି।

ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡ. ସୁଧାଂଶୁ ତ୍ରିବେଦୀ ବୁଧବାର ପାର୍ଟି ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ଦେବ ଦୀପାବଳି ଦିନ କାର୍ତ୍ତିଗାଇ ଦୀପମ୍ ଅବସରରେ ଦୀପ ପ୍ରଜ୍ଜ୍ୱଳନ କରିବାକୁ ରୋକିବାର ଅଧିକାର ଟିଭିକେ ନେତୃତ୍ୱାଧୀନ ସରକାର, କଂଗ୍ରେସ କିମ୍ବା ଇଣ୍ଡି ମେଣ୍ଟକୁ କିଏ ଦେଇଛି? ଅନ୍ୟ ଧର୍ମର ଏକ ପର୍ବ ଦିନ ଲୋକଙ୍କୁ ଏହି ଧାର୍ମିକ କାର୍ଯ୍ୟ କରିବାରୁ ରୋକିବା ପାଇଁ ସେମାନଙ୍କର କ'ଣ ଅଧିକାର ରହିଛି? ଏହା କେବଳ ସୁପ୍ରିମକୋର୍ଟଙ୍କ ଆଦେଶର ଅବମାନନା ନୁହେଁ, ବରଂ ଧାର୍ମିକ ସ୍ୱାଧୀନତା ଏବଂ ଭାରତୀୟ ସାଂସ୍କୃତିକ ପରମ୍ପରାର ସମ୍ମାନ ସହ ମଧ୍ୟ ଜଡ଼ିତ ଏକ ପ୍ରସଙ୍ଗ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ, କାର୍ତ୍ତିକ ମାସର ପୂର୍ଣ୍ଣିମାକୁ ଉତ୍ତର ଭାରତରେ କାର୍ତ୍ତିକ ପୂର୍ଣ୍ଣିମା ଏବଂ ଗଙ୍ଗା ସ୍ନାନ ଭାବେ ପାଳନ କରାଯାଏ। ଏହି ଦିନ ଦେବ ଦୀପାବଳି ପାଳନ ହେଉଥିବା ବେଳେ ତାମିଲନାଡୁରେ ଏହାକୁ କାର୍ତ୍ତିଗାଇ ଦୀପମ୍ ଭାବେ ପାଳନ କରାଯାଏ। ଏହି ପର୍ବ ଭାରତୀୟ ସଂସ୍କୃତି ଏବଂ ହିନ୍ଦୁ ଧର୍ମର ଆସ୍ଥା ସହ ଗଭୀର ଭାବେ ଜଡ଼ିତ।

ସେ ଅଭିଯୋଗ କରିଛନ୍ତି ଯେ, କାର୍ତ୍ତିକ ପୂର୍ଣ୍ଣିମା ଦିନ ଦୀପଥୁନ୍ ଉପରେ କାର୍ତ୍ତିଗାଇ ଦୀପମ୍ ପ୍ରଜ୍ଜ୍ୱଳନ କରିବା ପାଇଁ ସୁପ୍ରିମକୋର୍ଟ କେତେକ ସର୍ତ୍ତ ସହ କେବଳ ଗୋଟିଏ ଦିନ ପାଇଁ ଅନୁମତି ଦେଇଥିଲେ। ଏଥିରେ ସୀମିତ ସଂଖ୍ୟକ ଲୋକଙ୍କୁ ସାମିଲ ହେବାର ଅନୁମତି ଥିଲା। ଏହା ସତ୍ତ୍ୱେ ତାମିଲନାଡୁ ସରକାର ଏହି ନିର୍ଦ୍ଦେଶ ପାଳନ କରିନଥିଲେ। ସୁପ୍ରିମକୋର୍ଟ ଏବଂ ମାଡ୍ରାସ ହାଇକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ଏହାକୁ କାର୍ଯ୍ୟକାରୀ ନକରିବା ନ୍ୟାୟପାଳିକାର ସମ୍ମାନ ସହ ଜଡ଼ିତ ଏକ ଗମ୍ଭୀର ପ୍ରଶ୍ନ ବୋଲି ସେ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande