
କେନ୍ଦ୍ରାପଡ଼ା, 25 ନଭେମ୍ବର (ହି.ସ.) - କେନ୍ଦ୍ରାପଡ଼ା ବାଲିଯାତ୍ରା ମହୋତ୍ସବ କମିଟି ଆନୁକୂଲ୍ୟରେ ଗୋବରୀ ନଦୀ ପଠାରେ ଆୟୋଜିତ ବାଲିଯାତ୍ରା ଉତ୍ସବର ପ୍ରଥମ ସଂଧ୍ୟାରେ ଜିଲ୍ଲା ବିକାଶ ସାମ୍ମୁଖ୍ୟର ସଭାପତି ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ଡଃ ଅଲେଖ ଚନ୍ଦ୍ର ପଢିଆରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ସଂଗଠନର ଉପଦେଷ୍ଟା ପ୍ରାଧ୍ୟାପକ ନନ୍ଦକିଶୋର ପରିଡା ମୁଖ୍ୟ ଅତିଥି, ସମ୍ପାଦକ ଅଧ୍ୟାପକ ଅଜୟ ସାମଲ ମୁଖ୍ୟ ବକ୍ତା, ଶିକ୍ଷକ ନେତା ପ୍ରଣବ କୁମାର ଜେନା ଏବଂ ଆଦିକନ୍ଦ ରାଉଳ ଅତିଥି ବକ୍ତା, ଓ ମହୋତ୍ସବ କମିଟି ସଭାପତି ଆଇନଜୀବୀ ପ୍ରଦୀପ କୁମାର ଦାଶ ଓ କାଶୀନାଥ ରାଉତରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲାର ଏହି ସ୍ଥିତିରେ ପରିବର୍ତ୍ତନ ପାଇଁ ନିର୍ବାଚିତ ଲୋକ ପ୍ରତିନିଧିମାନେ ସଂକୀର୍ଣ୍ଣ ଦଳୀୟ ରାଜନୀତିରୁ ଉର୍ଦ୍ଧ୍ବକୁ ଉଠି ଏକତ୍ର ସ୍ଵର ଉତ୍ତୋଳନ କରିବା ଦରକାର ଏବଂ ଏ ପ୍ରସଙ୍ଗରେ ଜିଲ୍ଲାର ବୁଦ୍ଧିଜୀବୀ ଓ ସାମାଜିକ ସଂଗଠନମାନେ ଆଗୁଆ ଭୂମିକା ନିର୍ବାହ କରିବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ। କବି ଅଶୋକ କୁମାର ସାହୁ ଅତିଥି ପରିଚୟ ଓ ଧନ୍ୟବାଦ ପ୍ରଦାନ କରିଥିଲା ବେଳେ ମନୋରଞ୍ଜନ ତ୍ରିପାଠୀ ଓ ପ୍ରଦୀପ କୁମାର ବିହାରୀ ସଭା ପରିଚାଳନାରେ ସହଯୋଗ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରବି