ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ଓଡ଼ିଶା ନୌବାଣିଜ୍ୟର ଅତୀତ ବର୍ତମାନ ଓ ଭବିଷ୍ୟତ ଉପରେ ଆଲୋଚନା ଚକ୍ର
କଟକ/ଭୁବନେଶ୍ୱର, ୨୫ ନଭେମ୍ବର (ହି.ସ.) - ନୌବାଣିଜ୍ୟର ସଂରକ୍ଷକ , କଳିଙ୍ଗାଧିପତି ମହା ମେଘବାହନ ଐର ଖାରବେଳଙ୍କ ଜନ୍ମ ଦିବସ ଓ ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରରେ ଓଡ଼ିଶାର ଅଗ୍ରଣୀ ସାମାଜିକ ପ୍ରତିଷ୍ଠାନ ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ଏକ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ।
sdffg


କଟକ/ଭୁବନେଶ୍ୱର, ୨୫ ନଭେମ୍ବର (ହି.ସ.) - ନୌବାଣିଜ୍ୟର ସଂରକ୍ଷକ , କଳିଙ୍ଗାଧିପତି ମହା ମେଘବାହନ ଐର ଖାରବେଳଙ୍କ ଜନ୍ମ ଦିବସ ଓ ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରରେ ଓଡ଼ିଶାର ଅଗ୍ରଣୀ ସାମାଜିକ ପ୍ରତିଷ୍ଠାନ ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ଏକ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ପରିବାରର ଅଧ୍ୟକ୍ଷ ସଜ୍ଜନ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଓଡ଼ିଶା ନୌବାଣିଜ୍ୟର ଅତୀତ , ବର୍ତମାନ ଓ ଭବିଷ୍ୟତ ସମ୍ବନ୍ଧରେ ରପ୍ତାନକାରୀ ମାନେ ଅଭିଭାଷଣ ରଖିଥିଲେ। ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ରବି ନାରାୟଣ ବେହେରା , ମୁଖ୍ୟ ବକ୍ତା ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗର ସଚିବ ରଶ୍ମିତା ପଣ୍ଡା ଏବଂ ସମ୍ମାନିତ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ପାଦକ ଡଃ ଚନ୍ଦ୍ର ଶେଖର ହୋତା , ଫରଚ୍ୟୁନ ଇନଫ୍ରା ପରିଚାଳନା ନିର୍ଦ୍ଦେଶକ ଦେବ କାନ୍ତ ପଟ୍ଟନାୟକ, ମାଗ୍ନମ ସି ଫୁଡ୍ ନିର୍ଦ୍ଦେଶିକା ସମିଧା ମହାପାତ୍ର , ଫାଲକନ ଗ୍ରୁପ୍ ର ବରିଷ୍ଠ ପଦାଧିକାରୀ ଅଞ୍ଜନ ମହାନ୍ତି , ଯୁବ ରପ୍ତାନି କାରୀ ୟାସ ଧନୱାତ୍ ଏବଂ ରାଜଶ୍ରୀର ସମ୍ପାଦକ ଆଶୁ କବି ହେମନ୍ତ ଜେନା ପ୍ରମୁଖ ଯୋଗ ଦେଇ ନୌବାଣିଜ୍ୟର ଇତିବୃତି ଓ ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ।

ବରିଷ୍ଠ କବି ମନୋରଞ୍ଜନ ଷଡ଼ଙ୍ଗୀଙ୍କ ସଂଯୋଜନାରେ ପରିଚାଳିତ ସଭାରେ ଅନୁଷ୍ଠାନ ତରଫରୁ ମାନପତ୍ର ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ଦେଇ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କବି ପ୍ରଫୁଲ୍ଲ ଚକ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ସର୍ବଶ୍ରୀ ଡଃ ଅମୀୟ ରଞ୍ଜନ ମହାନ୍ତି , ସୁଚେତା ନନ୍ଦ , ଭାରତ ଭୂଷଣ , ହିମାଂଶୁ ପରିଡ଼ା, କୃଷ୍ଣ ଚନ୍ଦ୍ର ମିଶ୍ର , ପ୍ରବୋଧ ମିଶ୍ର ଆଦି ନୌବାଣିଜ୍ୟ ଉପରେ ସ୍ୱରଚିତ କବିତା ପାଠ କରିଥିଲେ। ଏହି ଅବସରରେ ବିଶ୍ୱ ଓଡ଼ିଆ ପରିବାରର ମାସିକ ଇପତ୍ରିକା ପ୍ରଜ୍ଞାନ ଲୋକାର୍ପଣ କରାଯାଇଥିଲା। ସାଇବର ସୁରକ୍ଷା ମୁଖ୍ୟ ଯୁବ ପ୍ରତିଭୂ ଦୀପକ ନାଥ, ସୁବ୍ରତ କିଶୋର ନାୟକ, ସୁଜିତ କୁମାର ଦାଶ , ରାଜା ରଞ୍ଜନ , କୃପାସିନ୍ଧୁ ମହାନ୍ତି, ଏଲ ଆଇଟି ଇମ୍ଫ୍ରା ମୁଖ୍ୟ ଇଂ ସନ୍ଦୀପ ପ୍ରଧାନ , ରାଜୀବ ପାତ୍ର , ଦିପ୍ତୀ ରଞ୍ଜନ ରାଉତ ଆଦି ବୈଷୟିକ ସତର୍କତା ଉପରେ ସୂଚନା ଦେଇଥିବା ବେଳେ ସ୍ୱାଗତିକା ଧଳ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande