
ଭୁବନେଶ୍ୱର, ୨୫ ନଭେମ୍ବର (ହି.ସ.) - ଆଜି (ବୁଧବାର) ଠାରୁ ଷ୍ଟେଟ୍ ସିଲେକ୍ସନ ବୋର୍ଡ଼ ପକ୍ଷରୁ ଜୁନିୟର ଆସିଷ୍ଟାଂଟ ଓ ଜୁନିୟର କ୍ଲର୍କ ପଦବୀ ପାଇଁ ସିବିଟି ପରୀକ୍ଷା ଆରମ୍ଭ ହୋଇଛି।
ନଭେମ୍ବର ୨୫, ୨୭, ଡିସେମ୍ବର ୧,୨,୩ ଓ ୪ ତାରିଖ ଦିନ ସିବିଟି ପରୀକ୍ଷା ଅନୁଷ୍ଠିତ ହେବ। ପ୍ରତ୍ୟେକ ଦିନ ୩ ଟି ସିଫ୍ଟରେ ସିବିଟି ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର ସମୁଦାୟ ୭୯ ଟି ସେଂଟରରେ ୧,୧୬,୨୬୬ ଜଣ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯାଇଛି।
ସୂଚନାଯୋଗ୍ୟ ଯେ, ବିଭିନ୍ନ ସରକାରୀ ଅନୁଷ୍ଠାନ, ବିଶ୍ୱ ବିଦ୍ୟାଳୟ, ସରକାରୀ ଓ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ଖାଲି ପଡ଼ିଥିବା ୮୮୩ଟି ଜୁନିୟର ଆସିଷ୍ଟାଂଟ ଓ ଜୁନିୟର କ୍ଲର୍କ ପଦବୀରେ ନିଯୁକ୍ତି ପାଇଁ ଷ୍ଟେଟ୍ ସିଲେକ୍ସନ ବୋର୍ଡ଼ ପକ୍ଷରୁ ସିବିଟି ପରୀକ୍ଷା ଅନୁଷ୍ଠିତ ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା