
ଭୁବନେଶ୍ୱର, ୨୫ ନଭେମ୍ବର (ହି.ସ.) - ରାଜ୍ୟର ସରକାରୀ ଉଦ୍ୟୋଗଗୁଡ଼ିକରେ ସୁଶାସନ, କାର୍ଯ୍ୟଦକ୍ଷତା ଓ ଉତରଦାୟିତ୍ୱ ବୃଦ୍ଧି ଲକ୍ଷ୍ୟରେ ଅଡିଟ୍ ସପ୍ତାହ-୨୦୨୬ ଅବସରରେ ସରକାରୀ ଉଦ୍ୟୋଗ ବିଭାଗ ଓ ମହାଲେଖାକାରଙ୍କ କାର୍ଯ୍ୟାଳୟ (ଅଡିଟ୍-୨), ଓଡ଼ିଶା ପକ୍ଷରୁ ଏକ ଦିନିକିଆ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ତଥା ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ରଙ୍କ ସମେତ ବରିଷ୍ଠ ପ୍ରଶାସନିକ ଓ ଅଡିଟ୍ ଅଧିକାରୀମାନେ ଯୋଗଦେଇ ସରକାରୀ ଉଦ୍ୟୋଗଗୁଡ଼ିକର ପରିଚାଳନା ଓ ଆର୍ôଥକ ଶୃଙ୍ଖଳା ଉପରେ ମତ ରଖିଥିଲେ। ସରକାରୀ ଉଦ୍ୟୋଗ ବିଭାଗର କମିଶନର ତଥା ଶାସନ ସଚିବ ମହମ୍ମଦ ସାଦିକ୍ ଆଲମ ଆଲୋଚନାଚକ୍ରର ଉଦ୍ଦେଶ୍ୟ ଓ ରୂପରେଖ ଉପସ୍ଥାପନ କରିଥିଲେ।
ରାଜ୍ୟ ସରକାରୀ ଉଦ୍ୟୋଗ, ସ୍ୱୟଂଶାସିତ ସଂସ୍ଥା, ଅଡିଟ୍ ବିଶେଷଜ୍ଞ ଓ ବିଷୟ ବିଶାରଦମାନଙ୍କୁ ଏକାଠି କରି ସାଂସ୍ଥାଗତ ସୁଶାସନ, ସ୍ୱଚ୍ଛତା, ଆର୍ôଥକ ସ୍ଥିରତା ଓ ଉତରଦାୟିତ୍ୱକୁ ସୁଦୃଢ଼ କରିବା ଏହି ଆଲୋଚନାଚକ୍ରର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଆଲୋଚନାରେ ବୋର୍ଡ ଓ ପରିଚାଳନାର ଦକ୍ଷତା, ବିପଦ ପରିଚାଳନା, ଆଭ୍ୟନ୍ତରୀଣ ଆର୍ôଥକ ନିୟନ୍ତ୍ରଣ, ସରକାରୀ କ୍ରୟ ପ୍ରକ୍ରିୟାରେ ସ୍ୱଚ୍ଛତା, ଅଡିଟ୍ ଆପତିର ସମୟୋଚିତ ସମାଧାନ ଏବଂ ଆଇନଗତ ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ଆର୍ôଥକ ରିପୋର୍ଟିଂ, ଅଡିଟ୍ ଓ ବିପଦ ଚିହ୍ନଟ କ୍ଷେତ୍ରରେ ଆଇଟି, ଇଆରପି, କୃତ୍ରିମ ବୁଦ୍ଧିମତା (ଏଆଇ) ଓ ଡାଟା ଆନାଲିଟିକ୍ସର ବ୍ୟବହାର ନେଇ ତିନୋଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସରକାରୀ ଉଦ୍ୟୋଗଗୁଡ଼ିକର ପରିଚାଳନାଗତ ଦକ୍ଷତା ଓ କର୍ମଚାରୀଙ୍କ ପ୍ରଶିକ୍ଷଣ ବୃଦ୍ଧି ପାଇଁ ସରକାରୀ ଉଦ୍ୟୋଗ ବିଭାଗ ପକ୍ଷରୁ ଏକ୍ସଆଇଏମ୍ବି ଏବଂ ଓଡ଼ିଶା କର୍ପୋରେଟ୍ ଫାଉଣ୍ଡେସନ୍ ସହ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଥିଲା।
ଏହି ଅବସରରେ ବକେୟା ବାର୍ଷିକ ହିସାବ ଶେଷ କରିବା, ଅଡିଟ୍ ନିୟମ ପାଳନ କରିବା ଏବଂ ଠିକ୍ ସମୟରେ ବାର୍ଷିକ ସାଧାରଣ ବୈଠକ ଆୟୋଜନ କରିଥିବା ସଂସ୍ଥାଗୁଡ଼ିକୁ ସମ୍ମାନିତ କରାଯାଇଥିଲା।
ଏହି ପଦକ୍ଷେପ ମାଧ୍ୟମରେ ସରକାରୀ ଉଦ୍ୟୋଗଗୁଡ଼ିକରେ ବୃତିଗତ ପରିଚାଳନା, ଆର୍ôଥକ ଶୃଙ୍ଖଳା, ସ୍ୱଚ୍ଛତା ଓତ୍ତରଦାୟିତ୍ୱକୁ ଅଧିକ ସୁଦୃଢ଼ କରିବା ସହ ରାଜ୍ୟର ବିକାଶରେ ସେମାନଙ୍କ ଅବଦାନ ବୃଦ୍ଧି କରିବାକୁ ବିଭାଗ ଲକ୍ଷ୍ୟ ରଖିଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା