କନ୍ଧମାଳରେ ଜାନୁଆରୀ ୬ରୁ କନ୍ଧମାଳରେ ଆରମ୍ଭ ହେବ ଧାନ ସଂଗ୍ରହ
Pedi Collection will Start from 6th January
ଫୋଟ


କନ୍ଧମାଳ, ୨୫ ନଭେମ୍ବର (ହି.ସ.) - କନ୍ଧମାଳ ଜିଲ୍ଲାରେ ୨୦୨୬-୨୭ ଖରିଫ ବିପଣନ ଋତୁ ପାଇଁ ଆସନ୍ତା ୬ ଜାନୁଆରୀ ୨୦୨୭ରୁ ଧାନ ସଂଗ୍ରହ ଆରମ୍ଭ ହେବ। ଏ ନେଇ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ପ୍ରଥମ ବୈଠକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।

ଚଳିତ ଋତୁରେ ଜିଲ୍ଲାର ୪,୫୪୦ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକୃତ ହୋଇଛନ୍ତି। ସାଧାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨,୪୪୧ ଟଙ୍କା ଏବଂ ଗ୍ରେଡ୍-ଏ ଧାନର ମୂଲ୍ୟ ୨,୪୮୧ ଟଙ୍କା ଧାର୍ଯ୍ୟ ହୋଇଛି।

ଜିଲ୍ଲାର ୨୨ଟି ଲ୍ୟାମ୍ପସ୍ ଓ ଗୋଟିଏ ମାର୍କେଟ୍ ୟାର୍ଡ ମାଧ୍ୟମରେ ଧାନ କ୍ରୟ କରାଯିବ। ମଣ୍ଡି ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ। ଧାନ ବିକ୍ରି ପାଇଁ ଚାଷୀମାନେ ଆଧାର କାର୍ଡ ଓ ମୂଳ ବ୍ୟାଙ୍କ ପାସ୍ୱୁକ୍ ଆଣିବା ଆବଶ୍ୟକ। ମଣ୍ଡିରେ ପାନୀୟ ଜଳ, ବିଶ୍ରାମ ଗୃହ ଓ ଶୌଚାଳୟ ସମେତ ଆବଶ୍ୟକ ସୁବିଧା ଯୋଗାଇ ଦିଆଯିବ।

ମଣ୍ଡିରୁ ସଂଗୃହୀତ ଧାନ ସେହିଦିନ ଉଠାଣ କରିବା, ଚାଷୀଙ୍କୁ ହଇରାଣ ନକରିବା ଏବଂ ନିର୍ଦ୍ଧାରିତ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ସୁନିଶ୍ଚିତ କରିବାକୁ ବୈଠକରେ ସମ୍ପୃକ୍ତ ଅଧିକାରୀ ଓ ମିଲରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande