
ଭୁବନେଶ୍ୱର, 25 ନଭେମ୍ବର (ହି.ସ.) ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଇବାକୁ ଅପେକ୍ଷା କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଆଜିଠାରୁ ବକେୟା ଭତ୍ତା ରାଶି ପ୍ରଦାନ କରାଯିବ। ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନ୍ଏସ୍ଏପି) ଅଧୀନରେ ବ୍ୟାଙ୍କ ମାଧ୍ୟମରେ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ଅକ୍ଟୋବର ଓ ନଭେମ୍ବର ମାସର ବକେୟା ଭତ୍ତା ଟଙ୍କା ମିଳିବ।
ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ସହରାଞ୍ଚଳର ୱାର୍ଡ କାର୍ଯ୍ୟାଳୟ ମାଧ୍ୟମରେ ଏହି ଭତ୍ତା ବଣ୍ଟନ ବ୍ୟବସ୍ଥା କରାଯାଇଛି। ତେବେ ପୂର୍ବଭଳି ଭତ୍ତା ରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଯିବ।
ଏଥିସହ ନୂତନ ଭାବେ ଯୋଗ୍ୟ ହିତାଧିକାରୀ ଭାବେ ଚିହ୍ନଟ ହୋଇଥିଲେ ମଧ୍ୟ ରାଜ୍ୟ, ଜିଲ୍ଲା କିମ୍ବା ବ୍ଲକ୍ସ୍ତରୀୟ କାର୍ଯ୍ୟକ୍ରମରେ ଏଯାଏଁ ଭତ୍ତା ପାଇନଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ଆଜି ଭତ୍ତା ରାଶି ପ୍ରଦାନ କରାଯିବ। ଦୀର୍ଘଦିନ ଧରି ଭତ୍ତା ଅପେକ୍ଷାରେ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏହାଦ୍ୱାରା ଆଶ୍ୱସ୍ତି ମିଳିବ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ