
ଭୁବନେଶ୍ୱର, 25 ନଭେମ୍ବର (ହି.ସ.)-ପାରାଦ୍ୱୀପରେ ହୋଇଥିବା କମ୍ପାନୀରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି
ଦିଆଯାଉନଥିବା ପ୍ରସଙ୍ଗ ଉଠାଇଛନ୍ତି ବିଜେପି ବିଧାୟକ ଅମରେନ୍ଦ୍ର ଦାସ । ସେ କହିଛନ୍ତି ଯେ, ପାରାଦ୍ୱୀପରେ
ଅନେକ ଶିଳ୍ପ ଗଢ଼ି ଉଠିଛି । ହେଲେ ସ୍ଥାନୀୟ ଲୋକ ନିଯୁକ୍ତି ପାଉନାହାନ୍ତି । ତେଣୁ ପାରାଦ୍ୱୀପରେ ସ୍ଥାପନ ହୋଇଥିବା କମ୍ପାନୀ ଗୁଡିକରେ
ସ୍ଥାନୀୟ ଲୋକ ନିଯୁକ୍ତି ପାଇଛନ୍ତି ଓ ସେଥିମଧ୍ୟରୁ କେତେ ସ୍ଥାୟୀ ଓ ଅସ୍ଥାୟୀ ନିଯୁକ୍ତି
ପାଇଛନ୍ତି ତାର ଉତ୍ତର ମାଗିଛନ୍ତି ବିଧାୟକ । ସେହିପରି କେତେ କେତେ ସ୍ଥାନୀୟ ଲୋକଙ୍କୁ ଠିକା
କାମ ମିଳିଛି ସେ ନେଇ ମାଗିଛନ୍ତି ତଥ୍ୟ । ଏମିତି କି 3 ବର୍ଷରେ ସିଏସଆରଫଣ୍ଡର ହିସାବ ମଧ୍ୟ ମାଗିଲେ । ଏହାସହ ସିଏସଆରରେ କେତେ ଟଙ୍କା
ମିଳିଛି ଓ କେତେ ଜଗତସିଂହପୁର ଜିଲ୍ଲାରେ ଖର୍ଚ୍ଚ ହୋଇଛି ସେ କଥା ଉଠାଇଛନ୍ତି । ଏହାସହ ଜିଲ୍ଳା
ବାହାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାର ହିସାବ ମାଗିଛନ୍ତି ବିଧାୟକ ଅମରେନ୍ଦ୍ର ଦାସ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା