ରାଜ୍ୟରେ ଅଧାରୁ ଅଧିକ ମହିଳା ରକ୍ତହୀନତାର ଶିକାର
ଭୁବନେଶ୍ୱର, 25 ନଭେମ୍ବର (ହି.ସ.)- ଭୁବନେଶ୍ୱର- ରାଜ୍ୟରେ ଅଧାରୁ ଅଧିକ ମହିଳା ରକ୍ତହୀନତାର ଶିକାର । ୫୯.୬ ପ୍ରତିଶତ ବୟସ୍କ ମହିଳାଙ୍କ ଓ ୪୫ ପ୍ରତିଶତ କିଶୋରୀ ରକ୍ତହୀନତାରେ ଆକ୍ରାନ୍ତ ହୋଇଛନ୍ତି । ଆଇସିଏମଆରଓ ଏନଆଇଏନପକ୍ଷରୁ ସର୍ବେକ୍ଷଣ ପରେ ପ୍ରକାଶ ପାଇଲା ରିପ
ରକ୍ତହୀନତା


ଭୁବନେଶ୍ୱର, 25 ନଭେମ୍ବର (ହି.ସ.)- ଭୁବନେଶ୍ୱର- ରାଜ୍ୟରେ ଅଧାରୁ ଅଧିକ ମହିଳା ରକ୍ତହୀନତାର ଶିକାର । ୫୯.୬

ପ୍ରତିଶତ ବୟସ୍କ ମହିଳାଙ୍କ ଓ ୪୫ ପ୍ରତିଶତ

କିଶୋରୀ ରକ୍ତହୀନତାରେ ଆକ୍ରାନ୍ତ ହୋଇଛନ୍ତି । ଆଇସିଏମଆରଓ ଏନଆଇଏନପକ୍ଷରୁ ସର୍ବେକ୍ଷଣ

ପରେ ପ୍ରକାଶ ପାଇଲା ରିପୋର୍ଟ । ୩୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୨ ଲକ୍ଷ ଲୋକଙ୍କୁ ନେଇ

ସର୍ବେକ୍ଷଣ କରାଯାଇଥିଲା । ଗତ ବର୍ଷ ତୁଳନାରେ ଦେଶରେ ହ୍ରାସ ପାଇଛି ରକ୍ତହୀନତା । ମହିଳାଙ୍କ

କ୍ଷେତ୍ରରେ ଜାତୀୟ ହାରଠାରୁ ପଛରେ ଓଡ଼ିଶା । ୬୦ ବର୍ଷରୁ ଅଧିକ ମହିଳାଙ୍କ ଜାତୀୟ ହାର ୫୬ ଥିବା

ବେଳେଓଡ଼ିଶାର ୫୯.୬

ପ୍ରତିଶତ ରହିଛି । ୨୦ରୁ ୫୯ ବର୍ଷର ମହିଳା ମଧ୍ୟରେ ରକ୍ତହୀନତାର ଜାତୀୟ ହାର ୫୪.୮ ପ୍ରତିଶତ । ୨୦ରୁ

୫୯ ବର୍ଷୀୟା ମହିଳାଙ୍କ ରକ୍ତହୀନତା ହାର ଓଡ଼ିଶାରେ ୫୩.୪ ପ୍ରତିଶତ । କିଶୋରୀ ମାନଙ୍କ କ୍ଷେତ୍ରରେ

ଜାତୀୟ ରକ୍ତହୀନତା ହାର ୪୬.୩ ପ୍ରତିଶତ ରହିଛି । କିଶୋରୀ ମାନଙ୍କ କ୍ଷେତ୍ରରେ ଓଡ଼ିଶାରେ

ରକ୍ତହୀନତା ହାର 45 ପ୍ରତିଶତ ରହିଛି ।୧୫ରୁ ୪୯ ବର୍ଷର ମହିଳାଙ୍କ

କ୍ଷେତ୍ରରେ ହାର ୫୧.୩ପ୍ରତିଶତ ରହିଛି ।

ଶିଶୁଙ୍କଠାରୁ ବୟସ୍କ ସବୁ ବର୍ଗରେ ରହିଛି ଆନିମିଆର ପ୍ରଭାବ । ୧୨ରୁ

୫୯ ମାସର ୩୫.୮% ଶିଶୁ ରକ୍ତହୀନତାର ଶିକାର ହୋଇଥିବା ବେଳେ ୬୦ ବର୍ଷରୁ ଅଧିକ ୪୬.୨% ପୁରୁଷଙ୍କ

ଶରୀରରେ ରକ୍ତର ଅଭାବ ରହିଛି । କେବଳ ଲୌହ ଅଭାବ ନୁହେଁ ରକ୍ତହୀନତା ପଛରେ ରହିଛି ଅନ୍ୟ କାରଣ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande