
ଭୁବନେଶ୍ୱର, 25 ନଭେମ୍ବର (ହି.ସ.)- 3 ବର୍ଷରେ ଜବତ ହେଲାଣି 9 ହଜାରରୁ ଉର୍ଦ୍ଧ୍ୱ ସିଲିଣ୍ଡର । ଏନେଇ ଗୃହରେ ଖାଦ୍ୟ ଯୋଗାଣ ଏବଂ
ଖାଉଟି କଲ୍ୟାଣ ମନ୍ତ୍ରୀପୃଷ୍ଣ ଚନ୍ଦ୍ର
ପାତ୍ର ଲିଖିତ ଉତ୍ତର ରଖିଛନ୍ତି । ଓଡ଼ିଶାରେ ଏଲ୍ପିଜି ଗ୍ୟାସ୍ର ବେଆଇନ ମହଜୁଦ ଓ କଳାବଜାରୀ
ରୋକିବାକୁ ଯୋଗାଣ ବିଭାଗର ନିୟମିତ ଚଢ଼ାଉ ହେଉଛି । ବିଗତ 3 ବର୍ଷରେ ରାଜ୍ୟର ୩୦ ଜିଲ୍ଲାରେ ୪ ହଜାର ସ୍ଥାନରେ
ଯାଞ୍ଚ କରାଯାଇଛି। ଯେଉଁଥିରେ ୯ ହଜାର ୪୯ଟି ଗ୍ୟାସ୍ ସିଲିଣ୍ଡର ଜବତ ହୋଇଥିବା ବେଳେ ୫୧୪ଟି
ମାମଲା ରୁଜୁ ହୋଇଛି। ୪୮ଟି ଏଫ୍ଆଇଆର୍ ଏବଂ ୧୧ ଜଣଙ୍କୁ ଗିରଫ କରାଯାଇଛି। ବିଜେଡି ବିଧାୟକ
ତୁଷାର କାନ୍ତି ବେହେରାଙ୍କ ପ୍ରଶ୍ନରେ ଯୋଗାଣ ମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି ।
ବାଲେଶ୍ୱରରୁ ସର୍ବାଧିକ ୧୩୪୩ଟି ସିଲିଣ୍ଡର ଜବତ ହୋଇଛି। କଟକରୁ ୧୦୪୩, ଜଗତସିଂହପୁରରୁ
୧୦୧୧ ଏବଂ ଖୋର୍ଦ୍ଧାରୁ ୯୩୩ଟି ସିଲିଣ୍ଡର ଜବତ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା