
ଭୁବନେଶ୍ୱର, 25 ନଭେମ୍ବର (ହି.ସ.)- ଶୂନ୍ୟକାଳରେ ଅଣସ୍ୱୀକୃତିପ୍ରାପ୍ତ ତଥା ଅନାମଧେୟ
ଗଣମାଧ୍ୟମ ସଂସ୍ଥା ଓ ପ୍ରତିନିଧିଙ୍କ ଦୌରାତ୍ମ୍ୟ ପ୍ରସଙ୍ଗ ଉଠାଇ ବିଜେପି ବିଧାୟକ ସନାତନ
ବିଜୁଳି ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି । ଗଣମାଧ୍ୟମ ନାଁରେ ବ୍ଲାକମେଲ୍ କରି ଚାନ୍ଦା ଓ
ବଟି ମାଗୁଥିବା ସଂସ୍ଥା ଓ ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି
କରିଛନ୍ତି ।
ସେ କହିଛନ୍ତି ଯେ, ଗଣତନ୍ତ୍ରରେ ମିଡ଼ିଆର ଭୂମିକା ଗୁରୁତ୍ୱପୂର୍ଣ୍ଣ
। ଗଣମାଧ୍ୟମ ପ୍ରତି ଯଥେଷ୍ଟ ସମ୍ମାନ ଅଛି । ଗଣତନ୍ତ୍ରରେ ସରକାରଙ୍କୁ ସମାଲୋଚନା ତଥା
ପ୍ରଗତିଶୀଳ ପରାମର୍ଶ ଦେବା ଗଣମାଧ୍ୟମର କର୍ତ୍ତବ୍ୟ । କିନ୍ତୁ କିଛି ଲୋକ ଅନାମଧ୍ୟେୟ ଗଣମାଧ୍ୟମ
ସଂସ୍ଥାର ବୁମ୍ ଓ ଆଇ କାର୍ଡ ପକାଇ ବୁଲୁଛନ୍ତି । ଆଉ ସମାଜର ପ୍ରତିଷ୍ଠିତ ବ୍ୟକ୍ତି, ବ୍ୟବସାୟୀଙ୍କ ଠାରୁ
ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ଓ ମୁଖ୍ୟମନ୍ତ୍ରୀଙ୍କ ବିକୃତ ଫଟୋ ଓ ଭିଡ଼ିଓ ଏଆଇମାଧ୍ୟମରେ ତିଆରି
କରି ସୋସିଆଲ ମିଡ଼ିଆରେ ଅପଲୋଡ଼ କରି ସମ୍ମାନହାନୀ କରୁଛନ୍ତି । ଏପରିକି ବିଭିନ୍ନ ଠିକାଦାର ଓ
ବ୍ୟବସାୟୀଙ୍କ ଫଟୋ, ଭିଡିଓ କରି
ସେମାନଙ୍କୁ ଚାନ୍ଦା ଓ ବଟି ମାଗୁଛନ୍ତି । ଆଉ ଟଙ୍କା ନଦେଲେ ବ୍ଲାକମେଲିଂ କରୁଛନ୍ତି । ତେଣୁ
ଏଭଳି ଭାବେ ଗଣମାଧ୍ୟମ ନାଁରେ ଯେଉଁ ବ୍ୟକ୍ତି ଓ ସଂସ୍ଥା ଗୁଡ଼ିକ ବିନା ପ୍ରମାଣରେ ଚାନ୍ଦା ଓ
ବଟି ମାଗୁଛନ୍ତି, ସେମାନଙ୍କ ଉପରେ
କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ।ଏଥିପାଇଁ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ବିଧାୟକ
ସନାତନ ବିଜୁଳି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା