ଛାଡ଼ଖାଇରେ ଆମିଷ ବଜାରରେ ପ୍ରବଳ ଭିଡ଼, ମାଂସ ଓ ମାଛ ଦର ଆକାଶଛୁଆଁ
ଭୁବନେଶ୍ୱର, 25 ନଭେମ୍ବର (ହି.ସ.) : ପବିତ୍ର କାର୍ତ୍ତିକ ମାସରେ ମାସେ ଧରି ଆମିଷ ତ୍ୟାଗ କରିଥିବା ଲୋକମାନେ ବୁଧବାର ଛାଡ଼ଖାଇ ପାଳନ କରିଛନ୍ତି। ଏହି ଅବସରରେ ରାଜ୍ୟର ବିଭିନ୍ନ ମାଂସ ଓ ମାଛ ବଜାରରେ ପ୍ରବଳ ଭିଡ଼ ଜମିଥିଲା। ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ସହରରେ ସକାଳ
ଛାଡ଼ଖାଇରେ ଆମିଷ ବଜାରରେ ପ୍ରବଳ ଭିଡ଼, ମାଂସ ଓ ମାଛ ଦର     ଆକାଶଛୁଆଁ


ଭୁବନେଶ୍ୱର, 25 ନଭେମ୍ବର (ହି.ସ.) : ପବିତ୍ର କାର୍ତ୍ତିକ ମାସରେ ମାସେ ଧରି ଆମିଷ

ତ୍ୟାଗ କରିଥିବା ଲୋକମାନେ ବୁଧବାର ଛାଡ଼ଖାଇ ପାଳନ କରିଛନ୍ତି। ଏହି ଅବସରରେ ରାଜ୍ୟର ବିଭିନ୍ନ

ମାଂସ ଓ ମାଛ ବଜାରରେ ପ୍ରବଳ ଭିଡ଼ ଜମିଥିଲା। ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ସହରରେ ସକାଳୁ ସକାଳୁ

ଆମିଷ ବଜାରରେ ଗ୍ରାହକଙ୍କ ଭିଡ଼ ଲାଗି ରହିଥିଲା। ଛାଡ଼ଖାଇ ପାଳନ ପାଇଁ ଲୋକମାନେ ଚିକେନ୍, ମଟନ୍, ମାଛ ଓ ଚିଙ୍ଗୁଡ଼ି

କିଣିବାକୁ ବଜାରରେ ପହଞ୍ଚିଥିଲେ।

ବିଭିନ୍ନ ମାଂସ ଓ ମାଛ ଦୋକାନ ସମ୍ମୁଖରେ ଲମ୍ବା ଧାଡ଼ି ଦେଖିବାକୁ

ମିଳିଥିଲା। ଚାହିଦା ବୃଦ୍ଧି ଯୋଗୁଁ ଆମିଷ ସାମଗ୍ରୀର ଦର ମଧ୍ୟ ଅଧିକ ରହିଥିଲା। ତଥାପି ପରିବାର

ସହ ଛାଡ଼ଖାଇ ପାଳନ କରିବା ପାଇଁ ଲୋକମାନେ ଅଧିକ ଦାମ୍ରେ ମଧ୍ୟ ଆମିଷ କିଣିଥିଲେ।

ବଜାରରେ ମଟନ୍ କିଲୋ ପ୍ରତି ପ୍ରାୟ ୮୦୦ ଟଙ୍କା ରହିଥିବା ବେଳେ

ଚିକେନ୍ କିଲୋ ୨୫୦ ଟଙ୍କାରେ ବିକ୍ରି ହେଉଥିଲା। ଦେଶୀ କୁକୁଡ଼ା ମାଂସର ଦର କିଲୋ ପ୍ରତି ୫୦୦

ଟଙ୍କା ରହିଥିଲା।ସେହିପରି ମାଛ ବଜାରରେ ରୋହି ମାଛ କିଲୋ ୨୪୦ ଟଙ୍କା ଓ ଭାକୁର କିଲୋ ୩୦୦

ଟଙ୍କାରେ ବିକ୍ରି ହେଉଥିଲା। ଚିଙ୍ଗୁଡ଼ି କିଲୋ ପ୍ରତି ପ୍ରାୟ ୮୦୦ ଟଙ୍କା ଥିବା ବେଳେ

ପମ୍ଫ୍ରେଟ୍ ମାଛର ଦର ୧୨୦୦ରୁ ୧୪୦୦ ଟଙ୍କା ମଧ୍ୟରେ ରହିଥିଲା।

ବିଭିନ୍ନ ମାଛ ମଧ୍ୟରେ ଇଲିଶିର ଦର ସର୍ବାଧିକ ରହିଥିଲା। ଏହା କିଲୋ

ପ୍ରତି ୧୦୦୦ରୁ ୧୮୦୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିଲା। ଛାଡ଼ଖାଇ ପାଇଁ ଆମିଷର ଚାହିଦା

ବଢ଼ିଥିବାରୁ ବଜାରରେ ଦର ଉଚ୍ଚା ରହିଥିବା ଦେଖିବାକୁ ମିଳିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande