କେଲୁଅ ନଦୀରେ ବୃଦ୍ଧ ନିଖୋଜ ଘଟଣା : ଅପରାହ୍ନରେ କେଲୁଅ ନଦୀରେ ସେତୁ ନିକଟରୁ ମୃତ ଦେହ ଉଦ୍ଧାର
ଧର୍ମଶାଳା,୨୫ନଭେମ୍ବର((ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ କୋତପୁର ପଂଚାୟତ ଭଗବାନପୁର ଗ୍ରାମରେ ଅଘଟଣା ଘଟିଥିଲା । ମଙ୍ଗଳବାର ଭୋର ସମୟରେ ଭଗବାନପୁର ଗ୍ରାମର ଜଣେ ୭୨ ବର୍ଷୀୟ ବୃଦ୍ଧ ନାରାୟଣ ମଲ୍ଲିକ ହଠାତ୍ ନିଖୋଜ ହୋଇ ଯାଇ ଥିଲେ । ଘରେ ନ ଥିବା ପରିବାର ଲୋକେ ଜାଣିବା ପରେ ଗ୍ରାମରେ
କେଲୁଅ ନଦୀରେ ବୃଦ୍ଧ ନିଖୋଜ ଘଟଣା : ଅପରାହ୍ନରେ କେଲୁଅ ନଦୀରେ ସେତୁ ନିକଟରୁ ମୃତ ଦେହ ଉଦ୍ଧାର


ଧର୍ମଶାଳା,୨୫ନଭେମ୍ବର((ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ କୋତପୁର ପଂଚାୟତ ଭଗବାନପୁର ଗ୍ରାମରେ ଅଘଟଣା ଘଟିଥିଲା । ମଙ୍ଗଳବାର ଭୋର ସମୟରେ ଭଗବାନପୁର ଗ୍ରାମର ଜଣେ ୭୨ ବର୍ଷୀୟ ବୃଦ୍ଧ ନାରାୟଣ ମଲ୍ଲିକ ହଠାତ୍ ନିଖୋଜ ହୋଇ ଯାଇ ଥିଲେ । ଘରେ ନ ଥିବା ପରିବାର ଲୋକେ ଜାଣିବା ପରେ ଗ୍ରାମରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ସନ୍ଦେହରେ ସେ ଘର ନିକଟସ୍ଥ ବ୍ରାହ୍ମଣୀର ଶାଖା କେଲୁଅ ନଦୀକୁ ପୂର୍ଣ୍ଣମୀ ଅବସରରେ ଗାଧୋଇବାକୁ ଚାଲି ଯାଇଥିବା ସନ୍ଦେହ ପ୍ରକାଶ ପାଇଥିଲା । ପ୍ରଖର ସ୍ରୋତରେ ସେ ପାଣିରେ ବୁଡି ଯାଇଥିବା ଅନୁମାନ କରାଯାଇଥିଲା । ସ୍ଥାନୀୟ ଲୋକେ ନଦୀ ସମେତ ବିଭିନ୍ନ ଅଂଚଳ ଖୋଜାଖୋଜି ପରେ ଶେଷରେ ନିରାଶ ହୋଇ ଓଡିଶା ଅଗ୍ନୀଶମ ବିଭାଗକୁ ଖବର ଦିଆ ଯାଇଥିଲା । ଘଟଣାସ୍ଥଳରେ ବରୁଆଁ ଅଗ୍ନିଶମ ବାହିନୀ ପଂହଚି ନଦୀରେ ଖୋଜା ଖୋଜି କରି ନିରାଶ ହୋଇଥିଲେ । ତେବେ ବୁଧବାର ଅପରାହ୍ନରେ ବଜ୍ରଗିରି ଅଂଚଳର କିଛି ଶ୍ରମିକ ଭଗବାନପୁର ନିକଟସ୍ଥ କେଲୁଅ ନଦୀ କୂଳରେ ଗାଧୋଉଥିବା ବେଳେ ସେତୁ ନିକଟରେ ଏକ ମୃତ ଦେହ ଭାସୁ ଥିବା ଦେଖିବାକୁ ପାଇଥିଲେ । ଏନେଇ ସେମାନେ ଘର ଲୋକଙ୍କୁ ଖବର ଦେଇଥିଲେ । ଘର ଲୋକେ ଓ ଗ୍ରାମବାସୀ ଘଟଣାସ୍ଥଳରେ ପଂହଚି ମୃତ ଦେଡକୁ ଚିହ୍ନଟ କରି ପାଣିରୁ ଉଦ୍ଧାର କରିଥିଲେ । ଏହି ଘଟଣାକୁ ନେଇ କୋତପୁର ଫାଣ୍ଡିକୁ ଖବର ଦିଆଯାଇଥିଲା । ପୁଲିସ ଘଟଣାସ୍ଥଳରେ ପଂହଚି ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆ ଯାଇଥିବା ଜଣାପଡିଛି।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande