ଦୁଇ ଦିନିଆ ଓଡ଼ିଶା ଗସ୍ତ ସାରି ଫେରିଗଲେ ରାଷ୍ଟ୍ରପତି
ଭୁବନେଶ୍ୱର, 25 ନଭେମ୍ବର (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ଦୁଇ ଦିନିଆ ଓଡ଼ିଶା ଗସ୍ତ (୨୪ ଏବଂ ୨୫ ନଭେମ୍ବର ୨୦୨୬) ଶେଷ କରି ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି । ଗତକାଲି ନଭେମ୍ବର ୨୪ ତାରିଖରେ ରାଷ୍ଟ୍ରପତି କଟକରେ ଐତିହାସିକ ବାଲିଯାତ୍ରା ଏବଂ ଓରମାସ୍ଷ୍ଟ
ଫେରିଲେ ରାଷ୍ଟ୍ରପତି


ଭୁବନେଶ୍ୱର, 25 ନଭେମ୍ବର (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ଦୁଇ ଦିନିଆ

ଓଡ଼ିଶା ଗସ୍ତ (୨୪ ଏବଂ ୨୫ ନଭେମ୍ବର ୨୦୨୬) ଶେଷ କରି ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି ।

ଗତକାଲି ନଭେମ୍ବର ୨୪ ତାରିଖରେ ରାଷ୍ଟ୍ରପତି କଟକରେ ଐତିହାସିକ

ବାଲିଯାତ୍ରା ଏବଂ ଓରମାସ୍ଷ୍ଟଲ୍ଗୁଡ଼ିକର ଉଦ୍ଘାଟନ କରିବା ସହ ମହିଳା ଉଦ୍ୟୋଗୀମାନଙ୍କ ସହ

ଆଲୋଚନା କରିଥିଲେ।

ଗସ୍ତର ଶେଷ ଦିନ ଅର୍ଥାତ୍ ଆଜି (ନଭେମ୍ବର ୨୫) ସେ ଭୁବନେଶ୍ୱରଠାରେ

ଆୟୋଜିତ ଜାତୀୟ ବୈଜ୍ଞାନିକ ହୋମିଓପାଥି ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ଅବସରରେ ରାଷ୍ଟ୍ରପତି

ଦ୍ରୌପଦୀ ମୁର୍ମୁ ୫୦ ବର୍ଷରୁ ଅଧିକ ସମୟ ଧରି ଜନସେବା ପାଇଁ ଶୁଭେଚ୍ଛା ଜଣାଇଥିଲେ । ସେ

କହିଥିଲେ ଯେ, ହୋମିଓପାଥିରେ ଅଧିକରୁ ଅଧିକ

ଗବେଷଣା ଆବଶ୍ୟକ । ସ୍ବାସ୍ଥ୍ୟ ହିଁ ସମ୍ପଦ, ତେଣୁ ସମସ୍ତେ ନିଜର

ସ୍ବାସ୍ଥ୍ୟକୁ ପ୍ରାଥମିକତା ଦେବା ଉଚିତ । ସହରାଞ୍ଚଳରେ ବାସ କରୁଥିବା ବ୍ୟକ୍ତିଙ୍କୁ ଉପଯୁକ୍ତ

ସ୍ବାସ୍ଥ୍ୟ ଓ ଶିକ୍ଷା ମିଳୁଛି । ଦେଶ ବିକାଶମୁଖୀ, ସମାନ ଭାବରେ ତାଳଦେଇ ରାଜ୍ୟ ମଧ୍ୟ ଆଗଉଛି ।

ଆଜି ରାଷ୍ଟ୍ରପତିଙ୍କୁ ଏୟାରପୋର୍ଟରେ ରାଜ୍ୟପାଳ ଶ୍ରୀ ବ୍ରଜମୋହନ

ରାମ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଦାୟ ଜଣାଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande